Latest Odisha News

BREAKING NEWS

ଆଗାମୀ ୪୮ ଘଣ୍ଟା ମଧ୍ୟରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶାର ତାପମାତ୍ରା ୧ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି।

ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା (୧୪.୪), କେନ୍ଦୁଝର (୧୨.୬), ସମ୍ବଲପୁର (୧୩.୬), ସୁନ୍ଦରଗଡ (୧୨), ତାଳଚେର (୧୩.୭), ଭବାନୀପାଟଣା (୧୪), ବଲାଙ୍ଗିର (୧୪.୫), କୋରାପୁଟ (୧୨.୬), ଫୁଲବାଣୀ (୧୨), ଟିଟିଲାଗଡ (୧୦.୫), ସୋନପୁର (୧୪.୪), ଦାରିଙ୍ଗବାଡି (୧୧.୫) ଓ ନୟାଗଡ (୧୨) ରହିଛି ।

ସେହିପରି କଟକ ଓ ଭୁବନେଶ୍ୱର ତାପମାତ୍ରା ଯଥାକ୍ରମେ ୧୫.୨ ଏବଂ ୧୬.୭ ଡିଗ୍ରୀ ସେଲସିୟସ୍ ରହିଥିଲା ।

ଦକ୍ଷିଣ ଛତିଶଗଡ ଓ ଏହାର ଆଖପାଖ ଅଞ୍ଚଳରେ ସାଇକ୍ଲୋନିକ ସର୍କୁଲେସନ ଦୁର୍ବଳ ହେଉଥିବା ବେଳେ ଓଡିଶାରେ ଆଗାମୀ ଏକ ସପ୍ତାହ ଯାଏଁ ରାତି ଓ ଦିନର ତାପମାତ୍ରା ୧ରୁ ୩ କିମ୍ବା ୨ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ ସହ ପାଗ ଶୁଷ୍କ ରହିବ ବୋଲି ପାଣିପାଗ ବିଭାଗର ବୁଲେଟିନରୁ ଜଣାପଡିଛି ।

ଯାହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗିର ଆଦି ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।

Comments are closed.