Latest Odisha News

BREAKING NEWS

ଭିନ୍ନକ୍ଷମ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ

ବରମେର(ରାଜସ୍ଥାନ): ମାନବିକତା ପାଇଁ ଲଜ୍ଜା । ରାଜସ୍ଥାନର ବରମେର ଜିଲ୍ଲାରେ ଜଣେ ମୁକ ବଧିର ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଦୁର୍ବୃତ୍ତମାନେ ବୋଲେରୋ ଆସି ଯୁବତୀ କୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଛନ୍ତି । ପରେ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ । ପରେ ଧୋରୀମନା ଥାନାରେ ପୀଡିତାର ବାପା ଅଭିଯୋଗ କରିଛନ୍ତି ।

ସୂଚାନା ମୁତାବକ, ପୀଡିତା ସଂଧ୍ୟା ସମୟରେ ଛେଳି ଚରାଇବାକୁ ଯାଇଥିଲେ । ଏହି ସମୟରେ ବୋଲେରୋରେ ଦୁର୍ବୃତ୍ତ ମାନେ ଆସି ପୀଡିତାଙ୍କୁ ଉଠାଇନେଇ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଛନ୍ତି । ପରେ ପୀଡିତା ଚେତାଶୂନ୍ୟ ହୋଇପଡିବାରୁ ଦୁର୍ବୃତ୍ତ ମାନେ ସେଠାରୁ ପଳାଇଥିଲେ । ପୀଡିତା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ଚେତାଶୂନ୍ୟ ଓ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୪ ଟି ଟିମ ଗଠନ କରିଛି । ପୀଡିତା ମୁକ ବଧିର ହୋଇଥିବାରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରୁନାହିଁ ।

Leave A Reply

Your email address will not be published.