Latest Odisha News

ଆଗାମୀ ୨୪ ଘଣ୍ଟାରେ ବଢିବ ତାପମାତ୍ରା: ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର ତାପମାତ୍ରା ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି ।

ଆଇଏମଡିର ବୁଲେଟିନ୍ ଅନୁଯାୟୀ, ଆସନ୍ତା ସୋମବାର ଠାରୁ ଦିନର ତାପମାତ୍ରା ୧-୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ।

ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ଦିନର ସର୍ବାଧିକ ତାପମାତ୍ରା ମାଲକାନଗିରିରେ ୪୦ ଡିଗ୍ରୀ ସେଲସିୟସ ଥିବାବେଳେ କଟକ (୩୮.୬), ଭୁବନେଶ୍ୱର (୩୮.୨), ଅନୁଗୁଳରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଥିଲା। ବରିପଦା (୩୯), ବଲାଙ୍ଗୀର (୩୮.୮), ଟିଟିଲାଗଡ (୩୯), ନୟାଗଡ଼ (୩୮.୮) ଏବଂ ବୌଦ୍ଧ (୩୯)।

ଏହାବ୍ୟତିତ ରାଜ୍ୟର କିଛି ଜିଲ୍ଲାରେ ପକ୍ଷରୁ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।

ମାର୍ଚ୍ଚ ୨୯
ନୁଆପଡା, ବଲାଙ୍ଗୀର, କାଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି।

ମାର୍ଚ୍ଚ ୩୦
ଉପକୂଳ ଓଡ଼ିଶା ସହ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦-୪୦ କିଲୋମିଟର ବେଗରେ ପବନ ସହ ବର୍ଷା।

ମାର୍ଚ୍ଚ ୩୧
ରାୟଗଡା, ଗଜପତି, କୋରାପୁଟ, କେନ୍ଦୁଝର ଏବଂ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା।

Comments are closed.