ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ଖରାର ପ୍ରକୋପ । ଫଳରେ ଅସହ୍ୟ ହେବାରେ ଲାଗିଛି ଗରମ । ୪୧ ଡିଗ୍ରୀ ତାପମାତ୍ରା ସହ ସୋମବାର ପଶ୍ଚିମ ଓଡ଼ିଶାର ଝାରସୁଗୁଡା ସହର ସବୁଠୁ ଉତ୍ତପ୍ତ ଭାବେ ରେକର୍ଡ ଭାଙ୍ଗିଛି ।
ଏହାପରକୁ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର ସମ୍ବଲପୁର, ରାଉରକେଲା ଏବଂ ହୀରାକୁଦ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀରୁ ଉର୍ଦ୍ଧ୍ବ ଏବଂ ସେଲସିୟସ୍ ରେକର୍ଡହୋଇଛି । ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ଏନେଇ ଆଞ୍ଚିଲିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ୨ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ସମ୍ବଲପୁରରେ ୩୯.୮ ଡିଗ୍ରି ସେଲସିୟସ୍, ରାଉରକେଲାରେ ୩୯ ଡିଗ୍ରି ସେଲସିୟସ୍ ଏବଂ ହୀରାକୁଦରେ ୩୮.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି ।
ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ଭବାନୀପାଟନା, ବଲାଙ୍ଗୀର, ଟିଟଲାଗଡ, ସୁବର୍ଣ୍ଣପୁର, ବୌଦ୍ଧ, ପାରଳାଖେମୁଣ୍ଡି ଏବଂ ରାଉରକେଲା ଭଳି ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ସୂଚନା ଦେଇଛି ।
Comments are closed.