Latest Odisha News

BREAKING NEWS

ମନ୍ଦିର ଖୋଲିବା ଦାବିରେ ୯ଟାରେ ୯ ମିନିଟ୍ ଯାଏଁ ପିଟିଲେ ଘଣ୍ଟ

ଭୁବନେଶ୍ୱର: ମନ୍ଦିର ଖୋଲିବା ଦାବିରେ ଘଂଟ ପଟିଲେ ପୂଜକ । ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଚଂଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ୯ ମିନିଟ୍ ପାଇଁ ଘଂଟ ବଜାଯାଇଛି । କୋଭିଡ କଟକଣା ଭିତରେ ମନ୍ଦିର ଖୋଲିବାକୁ ସେବାୟତମାନେ ଦାବି କରିଛନ୍ତି ।

ଲକଡାଉନ୍ ପରେ ଅନ୍‌ଲକରେ ମଧ୍ୟ ମନ୍ଦିର ବନ୍ଦ ରହିଛି । ଶ୍ରଦ୍ଧାଳୁ ନଆସିବାରୁ ପୂଜକ ସିଧାସଳଖ ଏଥିରୁ ପ୍ରଭାବିତ ହୋଇଛନ୍ତି । ପରିବାର ଚଳାଇବା କଷ୍ଟକର ହେବା ସହ ଆର୍ଥିକ ସ୍ଥିତି ବିଗିଡି ଯାଇଛି । ଖାଲି ମନ୍ଦିରର ପୂଜକ ନୁହନ୍ତି, ମନ୍ଦିର ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା ବହୁ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି ।

ଅପରପକ୍ଷେ  ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଗତକାଲି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ।  ପୁରୀ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଧାରଣାରେ ବସିଥିବା ସେବାୟତଙ୍କ ସହ ଆଲୋଚନା କରିଥିଲେ  । ଛତିଶା ନିଯୋଗ ବୈଠକରେ ତର୍ଜମା କରାଯାଇ ଆର୍ଥିକ ସହାୟତା ଓ ଉତ୍ତର ଦ୍ୱାର ବାହାରେ କିଭଳି ମହାପ୍ରସାଦ ବିକ୍ରି ସହଜରେ ହୋଇପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

Comments are closed.