Latest Odisha News

BREAKING NEWS

କରୋନା ପାଇଁ ରାଜଧାନୀରେ ଖୋଲିବ ୨୫ଟି ଅସ୍ଥାୟୀ କ୍ୱାରେନଟାଇନ କେନ୍ଦ୍ର

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜଧାନୀ ଭୁବନେଶ୍ୱରରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅସ୍ଥାୟୀ କ୍ୱାରେନଟାଇନ୍ ସେଂଟର ଖୋଲିବାକୁ ସମସ୍ତ ମୁନସିପାଲ କମିଶନରଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ କ୍ୱାରେନଟାଇନ କେନ୍ଦ୍ର ପାଇଁ ଚିହ୍ନଟ କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲ, ଯାତ୍ରୀ ନିବାସ, କମୁ୍ୟନିଟି ସେଂଟର, କଲ୍ୟାଣ ମଣ୍ଡପ, ବିଜେପି କଲେଜର ଆର୍ଟସ ବ୍ଲକ, ଏକାମ୍ର କଲେଜରେ କ୍ୱାରେନ୍ଟାଇନ୍ ସେଂଟର ଖୋଲିବାକୁ ଚିହ୍ନଟ କରାଯାଇଛି ।
ୱାର୍ଡ ଅଫିସରମାନେ କେନ୍ଦ୍ର ଗୁଡିକର ତଦାରଖ କରିବେ । ସେମାନଙ୍କୁ ‘ସ୍ୱଚ୍ଛ ସାଥୀ’ ସ୍ୱଚ୍ଛତାରେ ସହଯୋଗ କରିବେ । ଏସବୁ କେନ୍ଦ୍ରଗୁଡିକରେ ବିଦ୍ୟୁତ୍ ସଂଯୋଗ ସହ ଡିଜି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହିତ ଏସବୁ କେନ୍ଦ୍ରଗୁଡିକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜୋନାଲ ଡେପୁଟୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.