Latest Odisha News

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ୧୦ଟି ନୂଆ ମୁହଁ

ଭୁବନେଶ୍ୱର: ନବୀନଙ୍କ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ଶପଥ ଗ୍ରହଣ କରୁଛନ୍ତି । ଏହି ମନ୍ତ୍ରୀମଣ୍ଡଳରେ ୬ ଜଣ ପୂରୁଣା ସଦସ୍ୟ ରହିଥିବା ବେଳେ ୧୦ ଜଣ ବିଧାୟକ ପ୍ରଥମଥର ଲାଗି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ । ବୁଧବାର ଦିନ ଯେଉଁ ବିଧାୟକମାନେ ନୂତନ ମନ୍ତ୍ରୀ ମଣ୍ଡଳରେ ପଦ ଓ ଗୋପନୀୟତାର ଶପଥ ନେବାର ସମ୍ଭାବନା ରହିଛି ସେମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଟେଲିଫୋନ ଯୋଗେ ଯୋଗାଯୋଗ କରାଯାଇଛି ।

ରାଜଭବନ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଗଣେଶୀ ଲାଲ ୧୧ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି । ସେମାନେ ହେଲେ – ରଣେନ୍ଦ୍ର ପ୍ରସାଦ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ନିରଞ୍ଜନ ପୂଜାରୀ, ପଦ୍ମଲୋଚନ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ନବକିଶୋର ଦାସ ଏବଂ ଟୁକୁନି ସାହୁ ।

ସେହିପରି, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟ ଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଡ଼ିଆଁ, ତୁଷାରକାନ୍ତି ବେହେରା ଏବଂ ଜଗନ୍ନାଥ ସରକା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ।

ସେହିପରି ପୂରୁଣା ମନ୍ତ୍ରୀମଣ୍ଡଳରେ ଥିବା ଯେଉଁ ସଦସ୍ୟ ଏହି ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ସେମାନେ ହେଲେ – ଭଟଲି ବିଧାୟକ ସୁଶାନ୍ତ ସିଂହ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଏକାମ୍ର ଭୁବନେଶ୍ୱର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଏବଂ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ।

ନୂତନ ଭାବେ ଯେଉଁ ବିଧାୟକମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ସେମାନେ ହେଲେ – ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, କୋଟପାଡ଼ ବିଧାୟକ ପଦ୍ମିନୀ ଡ଼ିଆଁ ଏବଂ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ନିମାପଡ଼ା ବିଧାୟକ ସମୀର ଦାସ, ବାଲିକୁଦା-ଏରସମା ବିଦାୟକ ରଘୁନନ୍ଦନ ଦାସ, ବିଷମ-କଟକ ବିଧାୟକ ଜଗନ୍ନାଥ ସରକା, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ।

Leave A Reply

Your email address will not be published.