Latest Odisha News

BREAKING NEWS

ଭରଣପୋଷଣ ଦାବି ନେଇ ତୈଳ ବିଶୋଧନାଗାର ସମ୍ମୁଖରେ ଶବ ରଖି ଧାରଣା ଦେଲେ ପରିବାର

ପାରାଦୀପ : ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ପାରାଦୀପ ତୈଳବିଶୋଧନାଗାରାରେ କାର୍ଯ୍ୟ କରୁଥିବା ଶ୍ରମିକ ମୃତ୍ୟୁକୁ ନେଇ ମୁଖ୍ୟ ଫାଟକ ସମ୍ମୁଖରେ ଶବରଖି ଧାରଣାରେ ବସିଲେ ପରିବାର ସମେତ ଗ୍ରାମବାସୀ  । ଯେପର୍ଯ୍ୟନ୍ତ ତୈଳବିଶୋଧନାଗାର ତରଫରୁ ମୃତ୍ୟୁ ବରଣ କରିଥିବା ଶ୍ରମିକ ସୁବାଷ ବେହରା ପରିବାରର ଭରଣପୋଷଣ ଏବଂ ଦୁଇ ଛୋଟ ପିଲାଙ୍କ ଭବିଷ୍ୟତ ପାଇଁ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇନାହାନ୍ତି ସେପର୍ଯ୍ୟନ୍ତ ଧାରଣାରେ ବସିବା ନେଇ ସାଥି ଶ୍ରମିକ ଓ ପରିବାର ଲୋକ ଚେତାବନୀ ଦେଇଛନ୍ତି  ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗଣ୍ଡକିପୁର ଗ୍ରାମର ସନ୍ତୋଷ ବେହେରା ତୈଳବିଶୋଧନାଗାରର ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ  । ତେବେ ଗୁରୁବାର ରାତ୍ରିରେ ସୁବାଷ ନାଇଟ ଡ୍ୟୁଟି ରେ ଥିବା ସମୟରେ ଶରୀର ଅସୁସ୍ଥ ହୋଇପଡ଼ିଥିଲା  । ପରେ ସୁବାଷ ଡ୍ୟୁଟିରୁ ଘରକୁ ଫେରୁଥିବା ସମୟରେ ତୈଳବିଶୋଧନାଗାର ଫାଟକ ନିକଟରେ ବେହୋସ ହୋଇ ତଳେ ପଡିଯାଇଥିଲେ  । ଖବର ପାଇ ପରିବାର ଓ ସାହି ପଡିଶା ସୁବାଷ ଙ୍କୁ ମେଡିକାଲ ନେଇଥିଲେ ହେଲେ ଡାକ୍ତର ସୁବାଷଙ୍କୁ ମୃତ ଘୋଷଣା କରିଥିଲେ  । ଶବ ବ୍ୟବଛେଦ ପରେ ଗ୍ରାମବାସୀ, ପରିବାର ଲୋକେ ତୈଳ ବିଶୋଧନାଗାର ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ  । ଫଳରେ କମ୍ପାନୀ ଯାତାୟତ ସମ୍ପୂର୍ଣ ବନ୍ଦ ରହିଥିଲା  । ସୁବାଷଙ୍କର ୨ ଛୋଟ ପିଲା ଥିବାରୁ ତାଙ୍କ ପତ୍ନୀଙ୍କୁ ନିଯୁକ୍ତି ସହିତ ୨ ପିଲାଙ୍କ ଭରଣ ପୋଷଣ ପାଇଁ ଦାବିକରି ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି  ।

Leave A Reply

Your email address will not be published.