Latest Odisha News

BREAKING NEWS

ଭୁବନେଶ୍ୱର: ଓଏଫଡ଼ିସି ନିଯୁକ୍ତି ପରୀକ୍ଷା ବାତିଲ୍ ନେଇ ସ୍କୁଲରେ ପ୍ରବଳ ଉତ୍ତେଜନା

ଭୁବନେଶ୍ୱର: ଓଡ଼ିଶା ଫରେଷ୍ଟ ଡ଼େଭେଲପମେଣ୍ଟ କର୍ପୋରେସନ (ଓଏଫଡ଼ିସି) ପକ୍ଷରୁ ଅନୁଷ୍ଠିତ ହେଉଥିବା ଆସିଷ୍ଟାଷ୍ଟାଣ୍ଡ ମ୍ୟାନେଜର ଓ ଜୁନିୟର ମ୍ୟାନେଜର ପଦବୀ ଲାଗି ନିଯୁକ୍ତି ପରୀକ୍ଷା ବାତିଲ ଘୋଷିତ ହେବାକୁ ନେଇ ରାଜଧାନୀସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି ।
କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଏବଂ ଅବ୍ୟବସ୍ଥା ଯୋଗୁଁ ଏହି ପରୀକ୍ଷା ବାତିଲ ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ ।

ମିଳିଥିବା ସୂଚନାନୁଯାୟୀ, ଏହି ପରୀକ୍ଷା କେନ୍ଦ୍ରରେ ଶତାଧିକ ପରୀକ୍ଷାର୍ଥୀ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଏବଂ ଅବ୍ୟବସ୍ଥାକୁ ବିରୋଧ କରି ବିଭିନ୍ନ ସ୍ଲୋଗାନମାନ ଦେଉଥିବା ସହିତ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଫଳରେ ସେଠାକାର ପରିସ୍ଥିତି ଏପର୍ଯ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି ।

ନିଯୁକ୍ତି ପରୀକ୍ଷା ଲାଗି ସ୍କୁଲ କୋଠରୀ ମଧ୍ୟରେ ଥିବା ସିଟ ଗୁଡ଼ିକର ସଠିକ ବ୍ୟବସ୍ଥା କରାଯାଇନଥିବାର ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ।
ଏହି ପରୀକ୍ଷାକେନ୍ଦ୍ରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଏହି ନିଯୁକ୍ତି ପରୀକ୍ଷାକୁ ବାତିଲ୍ କରାଯାଇଥିଲା ।

Leave A Reply

Your email address will not be published.