Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣ: ଓଡ଼ିଶାର ଏହି ୭ଟି ଜିଲ୍ଲାକୁ ହାଇ ଆଲର୍ଟ !

ଭୁବନେଶ୍ୱର: ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ରହିଥିବା ଯୋଗୁଁ ରାଜ୍ୟ ସରକାର ଓଡ଼ିଶାର ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ହାଇ ଆଲର୍ଟ ଜାରି କରିଛନ୍ତି ।

ଓଡ଼ିଶା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡ଼ିଜି), ରେଲୱେ ଓ ତଟବର୍ତ୍ତୀ ସୁରକ୍ଷା ପ୍ରାଣବନ୍ଧୁ ଆଚାର୍ଯ୍ୟ ଶନିବାର ଦିନ ଏକ ପତ୍ର ମାଧ୍ୟମରେ ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ, ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ଏସପି ମାନଙ୍କୁ ଅବଗତ କରିଛନ୍ତି । ଏହିସବୁ ଜିଲ୍ଲାମାନଙ୍କରେ ରହିଥିବା ୧୮ଟି ସାମୁଦ୍ରିକ ଥାନା ଦ୍ୱାରା ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଉପକୂଳବର୍ତ୍ତୀ ସ୍ଥାନମାନଙ୍କରେ ସାମୁଦ୍ରିକ ଯାନ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସମସ୍ତ ଉପକୂଳବର୍ତ୍ତୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ଏହି ପତ୍ରରେ ମଧ୍ୟ ଉଲ୍ଲେଖ ରହିଛି ।

Leave A Reply

Your email address will not be published.