ଶ୍ରୀନଗର: ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରର ବୈସରନ ଘାଟିର ଉପର ଅଞ୍ଚଳର ଏକ ପର୍ଯ୍ୟଟନ ସ୍ଥାନ ଉପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି । ଏହି ଗୁଳିମାଡରେ ୬ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି ସୁରକ୍ଷାକର୍ମୀ ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁତର ଆହତ ହୋଇଥିବା ପର୍ଯ୍ୟଟକମାନେ ରାଜସ୍ଥାନରୁ ବୈସରନ ଘାଟି ଉପର ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ବୈସରନ ଘାଟି ଏକ ପର୍ଯ୍ୟଟନ ସ୍ଥାନ । ଗ୍ରୀଷ୍ମଋତୁରେ ଏହି ସ୍ଥାନକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାଆନ୍ତି ।
ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଥିବାବେଳେ, ଧୀରେଧୀରେ ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏଭଳି ସମୟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଭୟର ପରିସ୍ଥିତି ସୃଷ୍ଟି କରିଛି । ଏହି ଗୁଳିକାଣ୍ଡରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଟିମ୍ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛି ।
Comments are closed.