ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଂଛରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଦେଇଥିଲେ। ଏହାର ପାଲଟା ଜବାବରେ ଆତଙ୍କୀଙ୍କ ଉପରକୁ ବି ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ। ଏହି ଗୁଳିମାଡ଼ରେ ପୁଲିସ ଓ ସେନାଙ୍କ ୩ ଯବାନ ଆହତ ହୋଇଛନ୍ତି। ଏହାସହ ଜଣେ ଲକ୍ସର ଆତଙ୍କୀ ବି ଗୁରୁତର ଆହତ ହୋଇଛି।
ଜମ୍ମୁ-କାଶ୍ମୀର ପୁଂଛରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଆତଙ୍କୀ ଲୁଚି ରହିଥିବା ଖବର ମିଳିଥିଲା। ସେହି ସ୍ଥାନରେ ଲକ୍ସର ଆତଙ୍କୀ ସହ ଜିୟା ମୁସ୍ଥାଫା ସହ ପୋଲିସ ଏବଂ ସୁରକ୍ଷାକର୍ମୀ ପହଞ୍ଚିଥିଲେ। ସେଠାରେ ଲୁଚି ରହିଥିବା ଆତଙ୍କୀ ହଠାତ୍ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ। ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।
Comments are closed.