Latest Odisha News

BREAKING NEWS

ବଢିବ ଦିଆସିଲି ଦାମ, ଡିସେମ୍ବରରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର: ଧନୀ ହୁଅନ୍ତୁ ଅବା ମଧ୍ୟବିତ୍ତ କି ଗରିବ । ସାମାନ୍ୟ ଦିଆସିଲିର ଆବଶ୍ୟକତା ସମସ୍ତଙ୍କ ନିକଟରେ ସମାନ ମନେ ହୁଏ । ଦୈନନ୍ଦିନ ଜୀବନରେ ଦିଆସିଲିର ଖୁବ ଗୁରୁତ୍ୱ ଥିଲେ ହେଁ ଏହାର ଦାମ ପ୍ରତି କାହାରି ନିଘା ନଥାଏ । ଶେଷରେ ଆସନ୍ତା ମାସରେ ବଢିବାକୁ ଯାଉଛି ଦିଆସିଲି ଦର ।

ଶିବକାଶୀର ଅଲ୍ ଇଣ୍ଡିଆ ଚ୍ୟାମ୍ବର ଅଫ୍ ମାଚିସ୍ ଅନୁଯାୟୀ ଦୀର୍ଘ ୧୪ ବର୍ଷ ପରେ ଦିଆସିଲି ଦାମ ବଢିବାକୁ ଯାଉଛି । ପୂର୍ବରୁ ମ୍ୟାଚ୍ ବକ୍ସର ଦାମ୍ ୧ ଟଙ୍କା ଥିବାବେଳେ ଡିସେମ୍ବର ମାସରୁ ୨ ଟଙ୍କା ଦରରେ ଦିଆସିଲି ବାକ୍ସ ବଜାରରେ ଉପଲବଧ ହେବ ।

୧୯୯୫ ମସିହାରେ ଦିଆସିଲିର ଦାମ୍ ୨୫ ପଇସାରୁ ୫୦କୁ ବୃଦ୍ଧି କରାଯାଇଥିଲା । ପରେ ୨୦୦୭ ମସିହାରେ ଦିଆସିଲିର ଦାମ୍ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଅନେକ ହୁଏ ତ ଜାଣିନଥିବେ ସାମାନ୍ୟ ଦିଆସିଲି କାଠିରେ ଲାଗୁଥିବା ବାରୁଦର ପ୍ରସ୍ତୁତିରେ ୧୪ଟି କଂଚା ମାଲ ବ୍ୟବହୃତ ହୋଇଥାଏ । ରେଡ୍ ଫସ୍‌ଫରସ୍‌, କାଗଜ, ପୋଟାସିୟମ୍ କ୍ଲୋରେଟ୍ ଓ ସଲଫର୍ ଭଳି କେମିକାଲର ଦର ବଢୁଥିବାରୁ ଶେଷରେ ଦିଆସିଲିର ଦାମ ବଢାଇବାକୁ ଉତ୍ପାଦନକାରୀମାନେ ବାଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.