Latest Odisha News

ବଦଳିଲା ପ୍ଲାନ, ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: ବଦଳିଲା ପ୍ଲାନ । ସ୍ଥଗିତ ରହିଲା ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତ । ଏପ୍ରିଲ ୨୧ ଓ ୨୨ରେ ଦୁଇ ଦିନିଆ ମସ୍କଙ୍କର ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ବର୍ତ୍ତମାନ ମସ୍କଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । ତେବେ ମସ୍କଙ୍କ ଭାରତ ଗସ୍ତକୁ କାହିଁକି ସ୍ଥଗିତ ରଖାଯାଇଛି ସେନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏଲନ ମସ୍କଙ୍କ ଭେଟିବାର କାର୍ଯ୍ୟକ୍ରମ ଥିଲା । ଭାରତୀୟ ବଜାରରେ ଟେସଲାର ପ୍ରବେଶ ବିଷୟରେ ଏହି ଦୁଇ ଜଣଙ୍କର ଆଲୋଚନା ହୋଇଥାନ୍ତା । ଏଥିସହ ଭାରତରେ ଟେସଲା କାରଖାନା ସ୍ଥାପନ ବିଷୟରେ ମଧ୍ୟ ଆଲୋଚନା କରିବାର ଯୋଜନା ଥିଲା।

ସୂଚନାଯୋଗ୍ୟ ଯେ, ଖୁବଶୀଘ୍ର ଭାରତୀୟ ବଜାରରେ ଚର୍ଚ୍ଚିତ ବିଦ୍ୟୁତ ଚାଳିତ ଗାଡ଼ି ଟେସଲାର ପ୍ରବେଶ ହୋଇପାରେ । ଦେଶରେ ୨ ଶହ କୋଟିରୁ ୩ଶହ କୋଟି ଡଲାର୍ ନିବେଶ କରିପାରନ୍ତି ମସ୍କ । ୨ ବିଲିୟନ୍ ଡଲାର ବିନିଯୋଗରେ ଏହି କାରଖାନାରେ ନିର୍ମାଣ କରାଯିବା ନେଇ ସୂଚନା ରହିଛି । ଟେସଲା ଏବେ ସକ୍ରିୟ ଭାବେ ଭାରତର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ କରୁଛି, ଯାହାମଧ୍ୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ର କମ୍ପାନୀର ପସନ୍ଦଯୋଗ୍ୟ ସ୍ଥାନ ହୋଇଥିବା ରିପୋର୍ଟରେ ଦାବି କରାଯାଉଛି ।

Comments are closed.