Latest Odisha News

BREAKING NEWS

ମହାନଦୀ ଟ୍ରାଜେଡି; ମିଳିଲା ୬ ଜଣଙ୍କ ମୃତଦେହ, ଏବେବି ଜଣେ ନିଖୋଜ

ଝାରସୁଗୁଡା: ମହାନଦୀ ଡଙ୍ଗା ବୁଡ଼ି ଘଟଣା । ମିଳିଲା ୬ ଜଣଙ୍କର ମୃତଦେହ । ଗତକାଲି ୨ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଉ ୭ ଜଣ ନିଖୋଜ ଥିଲେ । ଆଜି ସକାଳୁ ପୁଣିଥରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା ଉଦ୍ଧାରକାରୀ ଦଳ । ବର୍ତ୍ତମାନ ବାକି ୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି ।

୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ ସ୍କୁବା ଡାଇଭର୍ । ଖୋଜାଖୋଜି ପରେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ମୃତଦେହଙ୍କ ମଧ୍ୟରେ ୩ ମହିଳା ଓ ୩ ବାଳକ ଥିବା ସୂଚନା ମିଳିଛି ।

ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିଲା । ସୀମାନ୍ତ ଛତିଶଗଡ କୋରବା ଜିଲ୍ଲା ଟପରା ଗାଁର ୬୦ ଜଣ ଲୋକ ବରଗଡ ଜିଲା ବାଞ୍ଜିପାଲିସ୍ଥିତ ପଥରସେଣୀ ମନ୍ଦିରକୁ ଯାଇଥିଲେ । ସେଠାରେ ସେମାନେ ମାନସିକ ସାରି ଫେରିବା ବେଳେ ଶରଧା ଘାଟରୁ ପ୍ରାୟ ୧କିମି ଦୂରରେ ଡଙ୍ଗାଟି ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଦଳଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ନିକଟରେ ଥିବା ମାଛ ଧରାଳି ଡ଼ଙ୍ଗା ଚାଳକ ମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୫୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେପଟେ ୭ ଜଣ ନିଖୋଜ ଥିଲେ ।

Leave A Reply

Your email address will not be published.