Latest Odisha News

ଭୁଲ ରାସ୍ତା ଦେଖେଇଲା ଗୁଗୁଲ ମ୍ୟାପ, ମୃତ୍ୟୁ ମୁହଁରୁ ବଞ୍ଚିଲେ ମହିଳା

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ ଲୋକମାନଙ୍କୁ ଯେକୌଣସି ସ୍ଥାନ ଖୋଜିବାରେ ବହୁତ ସାହାଯ୍ୟ କରେ | ଆପଣ ସାଧାରଣତଃ ଦେଖିଥିବେ ଯେ, ଦେଖିଥିବେ ଯେ ଟ୍ରାଫିକକୁ ଏଡାଇବା କିମ୍ବା ସମୟ ବଞ୍ଚାଇବା ପାଇଁ ଲୋକମାନେ ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ନୂତନ ମାର୍ଗ ଖୋଜିଥାଆନ୍ତି | ବେଳେ ବେଳେ କୌଣସି ସ୍ଥାନ ବିଷୟରେ ଜାଣିନଥିଲେ ମଧ୍ୟ ଆମେ ଗୁଗୁଲ୍ ମ୍ୟାପ୍ ର ସାହାଯ୍ୟରେ ସେହି ସ୍ଥାନରେ ପହଞ୍ଚିଥାଉ । କିନ୍ତୁ ବେଳେବେଳେ ଗୁଗୁଲ୍ ମ୍ୟାପ୍ କୁ ଅନ୍ଧ ଭାବରେ ବିଶ୍ୱାସ କରିବା ଆମ ପାଇଁ ଅସୁବିଧାର କାରଣ ପାଲଟିଯାଏ । ନିକଟରେ ଥାଇଲ୍ୟାଣ୍ଡର ଜଣେ ମହିଳାଙ୍କ ସହ ଏପରି ଏକ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଥାଇଲ୍ୟାଣ୍ଡର ଜଣେ ମହିଳା ଗୁଗୁଲ୍ ମ୍ୟାପ୍କୁ ଅନୁସରଣ କରି କାର୍ ଯୋଗେ କୌଣସି ଏକ ସ୍ଥାନକୁ ଯାଉଥିଲେ । ଫଳସ୍ୱରୂପ, ତାଙ୍କ କାର ପାଦଚଲା ଯାତ୍ରୀଙ୍କ ପାଇଁ ନିର୍ମିତ ଅସ୍ଥାୟୀ କାଠ ବ୍ରିଜ ଉପରେ ଫସି ରହିଲା । ଜାନୁଆରୀ ୨୮ତାରିଖ ଅପରାହ୍ନ ୫:୪୦ରେ ଘଟିଥିଲା । ସେ ୧୨୦ମିଟର ଲମ୍ବା ବ୍ରିଜ ଉପରେ କାରରେ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ପାଳାଇଯାଇଥିଲେ । ଏହା ପରେ କାରର ଗୋଟେ ଚକ ହଠାତ୍ କାଠ ବ୍ରିଜର ଏକ ଫାଙ୍କରେ ଅଟକି ଯାଇଥିଲା । ଫଳରେ କାରଟି ଆଗକୁ ଯାଇପାରିନଥିଲା । ଅଧିକ ସମୟ ଏପରି ପରିସ୍ଥିତିରେ ରହିଥିଲେ ହୁଏତ କାଠ ପୋଲଟି ଭୁଷୁଡିବାର ସମ୍ଭାବନା ଥିଲା । ଫଳସ୍ଵରୁପ ମହିଳାଙ୍କ ଜୀବନ ଉପରେ ମଧ୍ୟ ବିପଦ ଥିଲା । ସୌଭାଗ୍ୟବଶତଃ ସେତେବେଳେ ସେଇ ବାଟ ଦେଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ମହିଳାଙ୍କ ଉପରେ ନଜର ପଡିଲା । ସେ ତୁରନ୍ତ ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ । ପୋଲକୁ ସୁରକ୍ଷିତ ରଖିବା ସହ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଆରମ୍ଭ କରିଥିଲେ | ଶେଷରେ ମହିଳା ଏବଂ ତାଙ୍କ କାରକୁ ସୁରକ୍ଷୀତ ଉଦ୍ଧାର କରାଯାଇଥିଲା ।

ଏନେଇ ମହିଳା ଜଣକ କହିଛନ୍ତି ଯେ, ସେ ନଙ୍ଗ ମୁଆଙ୍ଗ ଖାଇ ଜିଲ୍ଲାର ବାସିନ୍ଧା । ସେତେବେଳେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିଲେ । ସେହି ଅଞ୍ଚଳ ବିଷୟରେ ଅଧିକ କିଛି ଜାଣିନଥିବାରୁ ସେ ଜିପିଏସ୍ ଅନୁସରଣ କରୁଥିଲେ କିନ୍ତୁ ଜିପିଏସ୍ ତାଙ୍କୁ ଭୁଲ୍ ରାସ୍ତା ଦେଖାଇଥିଲା । ସେତେବେଳେ ମୋର ଧ୍ୟାନ ସମ୍ପୂର୍ଣ୍ଣ ରୂପେ ଜିପିଏସ୍ ଉପରେ ଥିଲା । ମୁଁ ଚାରିପାଖକୁ ଚାହିଁ ବି ନଥିଲି। ମୁଁ ଭାବିଲି ପୋଲଟି ଶକ୍ତିଶାଳୀ ହେବ | କିନ୍ତୁ ଯେତେବେଳେ କାରଟି ପୋଲ ମଝିରେ ଅଟକି ଗଲା ମୁଁ ସେତେବେଳେ ବହୁତ ଭୟଭୀତ ହୋଇପଡିଲି । କାରଣ ମୁଁ ୟୋମ ନଦୀର ମଝିରେ ଥିଲି । ମୁଁ ଭୟ କରୁଥିଲି କାଳେ କାରରୁ ଓହ୍ଲାଇବା ସମୟରେ ମୁଁ ନଦୀରେ ପଡ଼ିଯିବି । କିନ୍ତୁ ଭାଗ୍ୟ ବସତଃ ଜଣେ ବ୍ୟକ୍ତିଙ୍କ ସହାୟତାରେ ମୁଁ ନୂତନ ଜୀବନ ଫେରିପାଇଲି ।

Comments are closed.