Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: କ୍ୱାର୍ଟରରେ ପିଭି ସିନ୍ଧୁ

ବ୍ୟାଙ୍କକ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ଥାଇଲାଣ୍ଡ ଓପନ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ମାଲେସିଆର ସେଲଭାଦୁରାୟ କିସୋନାଙ୍କୁ ୨୧-୧୦, ୨୧-୧୨ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସରେ ଏଚଏସ ପ୍ରଣୟ ମାଲେସିଆର ଲିଉ ଡାରେନଙ୍କ ନିକଟରୁ ୧୭-୨୧ ଓ ୧୮-୨୧ରେ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛନ୍ତି ।

ସମୀର ବର୍ମା ଡେନମାର୍କର ରାସମୁସ ଗେମକେଙ୍କୁ ୨୧-୧୨ ଓ ୨୧-୯ରେ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ସାତ୍ୱିକସାଇରାଜ ଓ ଅଶ୍ୱୀନ ପୋନାପ୍ପା ଯୋଡି ଜର୍ମାନୀର ମାର୍କ ଲାମ୍ସଫୁସ ଓ ଇସାବେଲ ହେଟ୍ଟ୍ରିଚଙ୍କୁ ୨୨-୨୦, ୧୪-୨୧ ଓ ୨୧-୧୬ରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.