Latest Odisha News

BREAKING NEWS

ବୟସ୍କ ମାରାଥନ ଦୌଡାଳୀ ଫୌଜା ସିଂଙ୍କ ଜୀବନୀ ଉପରେ ନିର୍ମିତ ହେବ ଫିଲ୍ମ

ମୁମ୍ବାଇ: ବିଶ୍ୱର ସବୁଠାରୁ ବୟସ୍କ ମାରାଥନ ଧାବକ ଫୌଜା ସିଂଙ୍କ ଜୀବନୀ ଉପରେ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ସେ ୮୯ ବର୍ଷରେ ମାରାଥନ ଧାବକ ଭାବେ ତାଙ୍କର କ୍ୟ।।ରିୟର ଆରମ୍ଭ କରିଥିଲେ । ଏହି ଭାରତୀୟ ବଂଶୋଦ୍ଭବ ବ୍ରିଟେନରେ ରହୁଛନ୍ତି । ଫିଲ୍ମଟିକୁ ନିର୍ଦ୍ଦେଶକ ଓମାଙ୍ଗ କୁମାର ନିର୍ଦ୍ଦେଶିତ ଦେବେ । ସେ ଏହା ପୂର୍ବରୁ ମେରୀ କମ୍ ଓ ସରବଜିତ ଭଳି ବାୟୋପିକ୍ କରି ଦର୍ଶକଙ୍କ ମନ ଜିଣିଛନ୍ତି ।

ଖୁସୱନ୍ତ ସିଂଙ୍କ ପୁସ୍ତକ ଦି ୱାର୍ଲ୍ଡ ଟର୍ଣ୍ଣାଡୋ ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଓମଙ୍ଗ କୁମାରଙ୍କ ସମେତ ରାଜ ସାଣ୍ଡିଲ୍ୟ ଓ କୃଣାଳ ଶିବଦାସନି ପ୍ରାଯାଜନା କରିବେ । ସୋସିଆଲ ସାଇଟରେ ଫଟୋ ଶେୟାର କରି ଓମାଙ୍ଗ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.