ଭୁବନେଶ୍ବର: ପୁଣି ଥରେ ଦୁର୍ଘଟଣା ଘଟାଇଲା ଥାର୍ । ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ପୀତାପଲ୍ଳୀରେ ଟ୍ରେଲର ପଛରେ ଥାର୍ ପିଟି ହେବା ଫଳରେ ଗାଡିରେ ବସିଥିବା ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ମୃତକମାନେ ଗାଡି ଭିତରେ ଚାପି ହୋଇ ରହି ଯାଇଥିଲେ ।
କଟର ସାହାଯ୍ୟରେ କଟାଯାଇ ମୃତଦେହକୁ ଉଦ୍ଧାର କରାଯାଇଛି । ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଥାର୍ ଗାଡିରୁ ମୃତଦେହ ଉଦ୍ଧାର କରିଛି । ଦୁର୍ଘଟଣାରେ ଥାର୍ ଗାଡିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ମୃତକ ମାନେ ଇନ୍ଫୋଭାଲି ଥାନା ଅଧୀନ ମଦନପୁର ପଞ୍ଚାୟତ କାଇମାଟିଆ ଅଞ୍ଚଳର ବୋଲି ଜଣାପଡିଛି ।
ତେବେ ମଙ୍ଗଳବାର ରାତିରେ ମଧ୍ୟ ଥାର ଦୁର୍ଘଟଣା ଘଟାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଥାର୍ ବାରମ୍ବାର ଦୁର୍ଘଟଣା ଘଟାଉଥିବା ବେଳେ ଲୋକଙ୍କ ମନରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି ।