Latest Odisha News

BREAKING NEWS

World Famous Dhanu yatra:ଆଜିଠୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମଥୁରା ନଗରୀ

ବରଗଡ: ଆଜି ଠାରୁ ୧୧ ଦିନ ଧରି ଚାଲିବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ପାଲଟିବ ମଥୁରାନଗରୀ। ଚାଲିବ କଂସ ରାଜୁତି। ଆଜି ଉଦଘାଟିତ ହେବ ୭୮ତମ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏନେଇ ସାରା ବରଗଡ଼ ସହର ଏବେ ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆଜି ଅପରାହ୍ନ ୨ଟାରୁ କଳାକାରମାନେ ରଙ୍ଗମଞ୍ଚରେ ଅଭିନୟ କରିବେ । ସନ୍ଧ୍ୟା ୭ଟାରୁ ଆନୁଷ୍ଠାନିକ ଭାବେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଆଜି ଉଦଘାଟନୀ ଦିବସରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ବିନୀ କୁମାର ପ୍ରୁମଖ ସାମିଲ ହେବେ । ପ୍ରତିବର୍ଷ ପୌଷ ମାସରେ ସମଗ୍ର ବରଗଡ଼ ସହର ପାଲଟିଯାଏ ମଥୁରା ନଗରୀ ଓ ନିକଟବର୍ତୀ ଅମ୍ବାପାଳି ଗ୍ରାମ ଗୋପପୁରରେ ପରିଣତ ହୋଇଯାଏ ।

ବରଗଡ ସହର ମଥୁରା ନଗରୀ ପାଲଟିବା ବେଳେ ଅମ୍ବାପଲି ହେବ ଗୋପପୁର । ଜୀରାନଦୀ ହେବ ଯମୁନା । ଶ୍ରୀକୃଷ୍ଣଙ୍କ ଲୀଳାଖେଳାରେ ବିମୋହିତ ହେବେ ବରଗଡ଼ବାସୀ । ୨୨ ଟି ଖୋଲା ରଙ୍ଗମଞ୍ଚ ମଞ୍ଚରେ ଅଭିନୟ କରିବେ । ଏଗାର ଦିନ ଧରି ଚାଲୁଥିବା ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି କଂସଙ୍କ ଭୂମିକା ।

ଏଥର ୧୫ ଲକ୍ଷରୁ ଅଧିକ ପରିଦର୍ଶକଙ୍କ ସମାଗମ ହେବାନେଇ ଅନୁମାନ କରାଯାଉଥିବା ବେଳେ ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ଅଧିକ ଗୁରୁତ୍ଵ ଦିଆଯାଉଛି । ଅନ୍ୟ ପକ୍ଷରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଭିନ୍ନ ଭିନ୍ନ ଧରଣର ଝୁଲା ସହିତ ମୀନା ବଜାର ଓ ବ୍ୟବସାୟୀ ମାନେ ଆସି ପହଂଚିଛନ୍ତି ।

Leave A Reply

Your email address will not be published.