Latest Odisha News

BREAKING NEWS

ରାଜ୍ୟରେ ଗତବର୍ଷ ତୁଳନାରେ ୨୦୨୫ରେ ୬.୭୫ ପ୍ରତିଶତ ବଢିଛି ଦୁର୍ଘଟଣା ହାର

ଭୁବନେଶ୍ୱର: ଓଡ଼ିଶାରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି ସଡକ ଦୁର୍ଘଟଣା । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣା ହାରରେ ବୃଦ୍ଧି ଘଟିଛି । ଜାନୁଆରୀ ରୁ ଜୁଲାଇ ଭିତରେ ୬.୭୫ ପ୍ରତିଶତ ଦୂର୍ଘଟଣା ହାର ବୃଦ୍ଧି ପାଇଛି । ଏହାକୁ ରୋକିବାକୁ ବିଭିନ୍ନ ବିଭାଗର ମିଳିତ ସହଭାଗିତାରେ ପ୍ରସ୍ତୁତ ହୋଇଛି ବଡ଼ ଆକ୍ସନ ପ୍ଲାନ୍ ।

ତେବେ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସଚେତନତା ପାଇଁ ନଭେମ୍ବର ରୁ ୧୫ଦିନିଆ ଆରମ୍ଭ ହେବାକୁ ଯାଉଛି ଜିରୋ ଫାଟାଲିଟି ଫର୍ଟନାଇଟ୍ । ସଚେତନତା ଓ ଏନଫୋର୍ସମେଣ୍ଟ ଓ ଏଜୁକେସନ ମାଧ୍ୟମରେ ସଡ଼କ ଦୁର୍ଘଟଣା ରୋକିବାକୁ ପ୍ରୟାସ କରାଯିବ । ଏହି ଅଭିଯାନ ପାଇଁ ପୋଲିସ,ସ୍ବାସ୍ଥ୍ୟ ବିଭାଗ,ଶିକ୍ଷା ବିଭାଗ,ନଗର ଉନ୍ନୟନ ବିଭାଗ ସହ ରୋଡ ସେଫଟି ଏଜେନ୍ସି ଓ OSRTCର ସହଯୋଗ ନିଆଯିବ । ପୋଲିସ ଓ ପରିବହନ ବିଭାଗ ମିଳିତ ଭାବେ ଟ୍ରାଫିକ ଏନଫୋର୍ସମେଣ୍ଟ ଜୋରଦାର ହେବ ।

ଟ୍ରାଫିକ ଉଲଙ୍ଘନ ଦିଗରେ ନିୟମ ଖିଲାପ କାରୀଙ୍କ ବିରୋଧର ଚଢ଼ାଉ ଜୋରଦାର ହେବ । ସ୍ବାସ୍ଥ୍ୟ ବିଭାଗ ଜରିଆରେ ହସ୍ପିଟାଲ ମାନଙ୍କରେ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ଆମ୍ବୁଲାନ୍ସ ସେବା ଓ ଆପତକାଳିନ ସେବା ସହ ବ୍ଲାକ ସ୍ପଟ୍ ଅଞ୍ଚଳରେ 24×7 ଆମ୍ବୁଲାନସ ପ୍ରସ୍ତୁତ ରହିବ । ରୋଡ ସେଫ୍ଟି ଏଜେନ୍ସି ଓ ନଗର ଉନ୍ନୟନ ବିଭାଗର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଘଟୁଥିବା ଦୁର୍ଘଟଣା ସ୍ଥାନ ବ୍ଲାକ ସ୍ପଟ୍ ନିରୁପଣ ସହ ସେଠାରେ ରାସ୍ତା ମରାମତି ଓ ତୃଟି ଉପରେ ସୁଧାର ଆଣିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ରହିଛି ।

ଓଏସଆରଟିସି ଜରିଆରେ ଡ୍ରାଇଭରମାନଙ୍କୁ ନେଇ ଦୁର୍ଘଟଣା ସମ୍ପର୍କରେ ଅବଗତ ସହ ସେମାନଙ୍କୁ ମଧ୍ୟ ରୋଡ ସେଫ୍ଟି ନେଇ ତାଲିମ ଓ ଅଭିଜ୍ଞ ଏକ୍ସପର୍ଟ ଙ୍କ ସହ କର୍ମଶାଳାରେ ତାଲିମ ଦିଆଯିବ ।

ସେହିପରି, ଶିକ୍ଷା ବିଭାଗ ଜରିଆରେ ସ୍କୁଲ ଓ କଲେଜ ମାନଙ୍କରେ ପିଲାମାନଙ୍କୁ ରୋଡ୍ ସେଫ୍ଟି ସମ୍ପର୍କିତ ଶିକ୍ଷା ଓ ସୁଚନା ଓ ଫଳକ ସମ୍ପର୍କରେ ଜ୍ଞାନ ଅବଗତ କରାଯିବ ।

Comments are closed.