Latest Odisha News

BREAKING NEWS

ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ

ଭଦ୍ରକ: ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଛି । ବାର୍ଷିକ ସମାରୋହ ସହରର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ଵିଦ୍ୟୁତ ରଂଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ସଂଜିବ ପାଣିଗ୍ରାହୀ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସେସନ ଜଜ୍ ଶିଶିର ରଥଙ୍କ ସମେତ ଭଦ୍ରକ ବାର ଆସୋସିଏସନର ସଭାପତି ଓ ସମ୍ପାଦକ ପ୍ରମୁଖ ଅତିଥି ରୁପେ ଯୋଗ ଦେଇ ଆଇନ୍ ଉପରେ ବିଭିନ୍ନ ମତ ରଖିଥିଲେ । 

କୋର୍ଟରେ ବର୍ଷ ବର୍ଷ ଧରି କେସ ଫଇସଲା ନ ହୋଇ ପଡ଼ି ରହୁଥିବାରୁ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଭଦ୍ରକ କୋର୍ଟର ସମସ୍ତ ଓକିଲ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.