Latest Odisha News

୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ତନ୍ମଧ୍ୟରେ ୩୪ ଲୋକାଲ କେସ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୭ ନୂଆ ଆକ୍ରାନ୍ତ ।

ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୩ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୪ଟି । ୧୯ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି ନୂଆ ସଂକ୍ରମିତ।

ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୯ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ ପଜିଟିଭ୍ ବାହାରିଛନ୍ତି । ୧୧ ଜିଲ୍ଲାରେ କେହି ନୂଆ ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୫୧୯ ଆକ୍ରାନ୍ତ । ଏବେ ରାଜ୍ୟରେ ୭୦୩ଟି କରୋନା ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.