ଭଦ୍ରକ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ତ୍ରିରଙ୍ଗାକୁ ଅପମାନ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଜାତୀୟ ପତାକାକୁ ଅପମାନ ଘଟଣାରେ ଶନିବାର ରାଷ୍ଟ୍ର ପାଇଁ ଉପବାସ ପାଳୁଛି ବିଜେପି ଯୁବ ମୋର୍ଚ୍ଚା । ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏହି ଉପବାସ ପାଳନ ହେଉଛି ।
ଯୁବ ମୋର୍ଚ୍ଚାର ଶତାଧିକ କର୍ମୀ ସହରର ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉପବାସରେ ବସିଛନ୍ତି । ଟ୍ରାକ୍ଟର ରାଲି ବେଳେ ଯେଉଁ ଭଳି କାଣ୍ଡ ଘଟିଛି ତାହା ଦେଶର ଚାଷୀ ଓ ଦେଶବାସୀଙ୍କ ପାଇଁ ଅପମାନଜନକ ବୋଲି କହିଛି ଦଳ ।
ଯୁବମୋର୍ଚ୍ଚା ପକ୍ଷରୁ ଆହୁରି କୁହାଯାଇଛି ଯେ, ଏହି କାଣ୍ଡ ପଛରେ ନକଲି ଚାଷୀଙ୍କ ହାତ ରହିଛି । ଏହା ଦେଶ ପ୍ରତି ଅପମାନ । ତେବେ ଏହାକୁ ନିନ୍ଦା କରିବା ସହ ୧୨ ଘଣ୍ଟିଆ ଉପବାସ ପାଳନ କରାଯାଉଛି । ଯୁବମୋର୍ଚ୍ଚାର କର୍ମୀମାନେ ସନ୍ଧ୍ୟାରେ ଭାରତ ମାତାଙ୍କ ମନ୍ଦିରରେ ପହଞ୍ଚି ପାଦୁକା ସେବନ ପରେ ଏହି ଉପବାସ ଭଙ୍ଗ କରିବେ । ଏହା ସହ ସାଧାରଣ ଜନତାଙ୍କ ଦସ୍ତଖତ ଥିବା ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରେରଣ କରାଯିବ । ଏହି ଦାବିପତ୍ରରେ ତ୍ରିରଙ୍ଗାକୁ ଅପମାନ କରିଥିବା ଅସାମାଜିକତତ୍ଵଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଅନୁରୋଧ କରାଯିବ ।
Comments are closed.