Latest Odisha News

ଅଦିନିଆ ରଥଯାତ୍ରାକୁ ନେଇ ଏପରି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅଦିନିଆ ରଥଯାତ୍ରାକୁ ନେଇ ବଢୁଥିବା ବିବାଦ ଭିତରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଅନୁରୋଧ କରିଛୁ । ଦେଶ ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଯେପରି ପାଳନ ହେଉଛି, ବିଦେଶରେ ମଧ୍ୟ ସେପରି ପାଳିବାକୁ ଅପିଲ କରିଛୁ । ସନାତନ ଧର୍ମ ଅନୁସାରେ ନୀତିକାନ୍ତିରେ ପାଳିବାକୁ ଅନୁରୋଧ କରିଛୁ ।

ସେ ଆହୁରି କହିଛନ୍ତି ଯେ, ଚଳିତ ଘୋଷଯାତ୍ରା ଓ ସ୍ନାନ ପୂର୍ଣ୍ଣିମାରେ ବିଚ୍ୟୁତି କରାନଯାଉ । ଇସ୍କନ ଅନୁରୋଧ ରକ୍ଷା କରିବ ବୋଲି ଆଶା କରୁଛୁ । ରାଜ୍ୟ ଅତିଥି ଭବନରେ ଆୟୋଜିତ ଏହି ବୈଠକରେ ଗଜପତି ମହାରାଜ ଓ ବିଦେଶରୁ ଆସିଥିବା ଇସ୍କନ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.