Latest Odisha News

BREAKING NEWS

ଜୁନ୍‌ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ଦାବି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ କଲେଜ ନଖୋଲିବାକୁ ଦାବି କରିଛନ୍ତି ଅଧ୍ୟାପକ ସଂଘ । ଜୁନ୍ ୩୦ ତାରିଖ ଯାଏ କଲେଜ୍ ବନ୍ଦ ରଖିବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି କରିଛନ୍ତି ।

ବିଶ୍ୱବିଦ୍ୟାଳୟ ଓ କଲେଜ୍ ଖୋଲିବା ପ୍ରସଙ୍ଗରେ ଆଜି ଅଧ୍ୟାପକ ସଂଘ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଭେଟି ଆଲୋଚନା କରିଛି । ଅନ୍ତତଃ ଜୁନ୍ ୩୦ ତାରିଖ ଯାଏ କଲେଜ ବନ୍ଦ ରଖିବା ସହ ଏହାପରେ ୩୦ ପ୍ରତିଶତ ଅଧ୍ୟାପକଙ୍କୁ ନେଇ କଲେଜ୍ ଖୋଲିବାକୁ ନିବେଦନ କରିଛନ୍ତି । ଏଥିସହ ବର୍ତ୍ତମାନ ରାଜ୍ୟର ଅଧିକାଂଶ କଲେଜ୍ ଗୁଡିକ ସଙ୍ଗରୋଧ କେନ୍ଦ୍ର ହୋଇଥିବା ବେଳେ କିଭଳି କଲେଜ୍ ଖୋଲାଯିବ ବୋଲି ଅଧ୍ୟାପକ ସଂଘ ପ୍ରଶ୍ନ କରିଛି ।

Leave A Reply

Your email address will not be published.