Latest Odisha News

BREAKING NEWS

ଆମ୍ବ ପାଇଁ ପତ୍ନୀଙ୍କୁ ହତ୍ୟା !

ଭଦ୍ରକ: ଆମ୍ବ ଖାଇବାକୁ ନଦେବାରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅନ୍ତର୍ଗତ ଜଲମଣ୍ଡୁଆ ଗ୍ରାମର।

ଅଭିଯୁକ୍ତ ଜଣକ କାର୍ତ୍ତିକ ଜେନା ଏବଂ ମୃତକଙ୍କ ନାମ ସସ୍ମିତା ବୋଲି ଜଣାପଡିଛି।

ଧାମନଗର ପୋଲିସର ସୂଚନାନୁଯାୟୀ, କାର୍ତ୍ତିକ ସୋମବାର ବିଳମ୍ବିତ ରାତିରେ ଘରକୁ ଫେରି ତାଙ୍କ ପତ୍ନୀ ସସ୍ମିତାଙ୍କୁ ଆମ୍ବ ଖାଇବାକୁ ମାଗିଥିଲେ। ଯେତେବେଳେ ସେ ତାଙ୍କୁ କହିଥିଲେ ଯେ ପିଲାମାନେ ସବୁ ଆମ୍ବ ଖାଇଦେଇଛନ୍ତି। ସେତେବେଳେ କାର୍ତ୍ତିକ ରାଗରେ ତାଙ୍କୁ ଏକ ବାଉଁଶରେ ପିଟିଥିଲା । ଯାହା ଫଳରେ ଘଟଣାସ୍ଥଳରେ ସେ ମୃତ୍ୟୁ ବରଣ କରିଥିଲେ।

ସୂଚନା ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.