Latest Odisha News

ଛଅ ମାସରେ ୭ଟି ଫିଲ୍ମ ହରାଇଥିଲେ ସୁଶାନ୍ତ; ଏମିତି ଅଭିଯୋଗ କଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତରେ ପୂରା ବଲିଉଡ ସ୍ତବ୍ଧ ହୋଇପଡିଛି । ଏଭଳି ସମୟରେ ଜଣେ ରାଜନେତାଙ୍କ ଟ୍ୱିଟ୍ ବଲିଉଡ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପରିକି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବହୁ ଲୋକ ବଲିଉଡର ପରିବାର ବାଦକୁ ଦାୟୀ କରୁଥିବା ବେଳେ ଆଉ କେତେକ ତାଙ୍କ ଡିପ୍ରେସନକୁ ଦାୟୀ କରୁଥିବା ଶୁଣିବାକୁ ମିଳୁଛି।

୨୦୧୯ରେ ରିଲିଜ ହୋଇଥିବା ‘ଛିଛୋରେ’ ପରେ ସୁଶାନ୍ତ ୬ ମାସ ମଧ୍ୟରେ ପାଖାପାଖି ୭ଟି ଫିଲ୍ମ ହରାଇଛନ୍ତି ବୋଲି ସଞ୍ଜୟ ନିରୁପମ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ସେଥିମଧ୍ୟରେ କେଉଁ କେଉଁ ଚଳଚ୍ଚିତ୍ର ରହିଛି, ସେନେଇ ସେ କିଛି ସ୍ପଷ୍ଟ କରିନାହାଁନ୍ତି ।

ଖାଲି ଯେ ସଞ୍ଜୟ ତା’ ନୁହେଁ ବଲିଉଡର କିଛି କଳାକାର ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଲାଗି ପରୋକ୍ଷ ଭାବରେ ବଲିଉଡକୁ ଆକ୍ଷେପ କରୁଛନ୍ତି ।

ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ଶେଖର କପୁର ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି “ ମୁଁ ଜାଣେ ତୁମେ କି ଯନ୍ତ୍ରଣା ମଧ୍ୟରେ ଗତି କରୁଥିଲ । ଆଉ ତୁମେ ମଧ୍ୟ ମୋ କାନ୍ଧରେ ମୁଣ୍ଡ ରଖି ଖୁବ୍ କାନ୍ଦିଥିଲ । କାସ୍ ସେହି ୬ମାସ ମୁଁ ତୁମ ସହିତ ରହିପାରିଥାନ୍ତି । ତୁମ ସହ ଯାହା ହେଲା ତାହା ସେମାନଙ୍କର କର୍ମ । ତୁମର ନୁହେଁ ।

Leave A Reply

Your email address will not be published.