Latest Odisha News

BREAKING NEWS

ତୁଟିବ ମମତା-କଂଗ୍ରେସ ବିବାଦ! ସେତୁ ସାଜିବେ ଅଖିଳେଶ ?

ନୂଆଦିଲ୍ଲୀ: ତୁଟିବ ବିବାଦ, ପୁଣି ଯୋଡ଼ି ହେବ ସମ୍ପର୍କ! ଟିଏମସି ନେତ୍ରୀ ମମତା ବାନର୍ଜୀ ଓ କଂଗ୍ରେସ ମଧ୍ୟରେ ଚାଲିଥିବା ତିକ୍ତତାରେ ପଡ଼ିବ ପୂର୍ଣ୍ଣଛେଦ।

ମିଳିଥିବା ସୂଚନାନୁସାରେ, ଖୁବଶୀଘ୍ର ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସହ କଂଗ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି। ଯେଉଁଥିରେ ସମାଧାନର ମଙ୍ଗ ଧରିବେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଏହା ମଧ୍ୟ ଅନୁମାନ କରାଯାଉଛି ଯେ ଇଣ୍ଡିଆ ମିଳିତ ମଞ୍ଚରେ ଉତ୍ତର ଭାରତର ଦଳମାନଙ୍କ ସହ ସିଟ୍ ବାଣ୍ଟିବା ସୂତ୍ର ଅଟକି ରହିଥିବାର ସମ୍ଭାବନା ରହିଛି।

ସୂଚନାନୁସାରେ, କଂଗ୍ରେସ ନେତାମାନେ ଶନିବାର ଦିନ ତୃଣମୂଳ କଂଗ୍ରେସ ନେତାଙ୍କ ସହ ମେଣ୍ଟରେ ସଦସ୍ୟତା ବଜାୟ ରଖିବା ତଥା ଆସନ ବାଣ୍ଟିବା ବା ସିଟ୍ ସେୟାରିଂ ସୂତ୍ର ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାକୁ ଆଗକୁ ନେଉଥିବା ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟମାନେ କହିଛନ୍ତି ଯେ ଉଭୟ ଦଳ ମିଳିତତା ଏବଂ ଆସନ ବାଣ୍ଟିବା ସୂତ୍ରରେ ପ୍ରସ୍ତୁତ ଅଛନ୍ତି। ତେବେ କିଛି ପ୍ରସଙ୍ଗରେ ଉଭୟ ଦଳର ନେତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମମତା ବାନାର୍ଜୀ ଏବଂ କଂଗ୍ରେସ ମଧ୍ୟରେ ସମନ୍ୱୟର ଏକ ପ୍ରମୁଖ ମାଧ୍ୟମ ହୋଇପାରନ୍ତି। ପୂର୍ବରୁ ମଧ୍ଯ ଅନେକ ଥର ମେଣ୍ଟକୁ ମଜବୁତ କରିବା ପାଇଁ ଚେଷ୍ଟା କରିଛନ୍ତି ଅଖିଳେଶ, ଆଉ ସଫଳ ମଧ୍ୟ ହୋଇଛନ୍ତି। ଏଵଂ ଦିଦିଙ୍କ ସହ ସପା ମୁଖ୍ୟଙ୍କର ରାଜନୈତିକ ସମ୍ପର୍କ ମଧ୍ୟ ବେଶ ଭଲ। ଯାହା ଆଗାମୀ ଦିନମାନଙ୍କରେ ଚାଲିଥିବା ରାଗ ଋଷାର ସମାଧାନ କରିପାରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.