Latest Odisha News

BREAKING NEWS

ଓଡ଼ିଶାରେ ପୁଣି ବଢୁଛି କରୋନା କେସ୍, ଆଜି ୨୮୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ କାୟା ମେଲାଉଛି କରୋନା । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଶହରୁ ତିନି ଶହ ଯାଏ ବଢ଼ିଲାଣି । ଗତକାଲି ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୮୮ରେ ପହଞ୍ଚିଛି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୫୩ ସଂକ୍ରମିତ ।

ଆଜି ୨୨ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୦, କଟକରୁ ୨୧, ସମ୍ୱଲପୁରରୁ ୧୭, ପୁରୀରୁ ୧୫, ମୟୂରଭଞ୍ଜରୁ ୧୨, ସୁନ୍ଦରଗଡ଼ରୁ ୧୧ ଓ ଯାଜପୁରରୁ ବାହାରିଛନ୍ତି ୧୦ ଜଣ ସଂକ୍ରମିତ । ଗତ କିଛି ଦିନ ହେବ ରାଜ୍ୟରେ ପୁଣି ଥରେ କରୋନା କାୟା ମେଲାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ ଲକ୍ଷ ୪୭ହଜାର ୬୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୩୭ହଜାର ଆକ୍ରାନ୍ତ । ଏବେ ରାଜ୍ୟରେ ୨ହଜାର ୨୨୧ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.