Latest Odisha News

BREAKING NEWS

ପାକିସ୍ତାନରେ ଫେଲ୍ ମାରିଲା ଚୀନରୁ ଆସିଥିବା କରୋନା ଭ୍ୟାକସିନ୍

ଇସଲାମାବାଦ:ପାକିସ୍ତାନକୁ ଚୀନରୁ କରୋନା ଭ୍ୟାକସିନ୍ ମିଳିଛି । ଚୀନ ପାକିସ୍ତାନକୁ ୫ ଲକ୍ଷ ଡୋଜର ଭ୍ୟାକସିନ୍ ଦେଇଥିଲା କିନ୍ତୁ ଏବେ ପାକିସ୍ତାନ ଚିନ୍ତାରେ ପଡିଯାଇଛି । 

ପାକ୍ କହୁଛି, ସେ ଭ୍ୟାକସିନ୍ ବୟସ୍କଙ୍କ ପାଖରେ କାମ ଦେଉନି । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଖରେ ସେ ଭ୍ୟାକସିନ୍ କାମ ଦେଉନି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଭ୍ୟାକସିନ୍ କେବଳ ୧୮ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଖରେ କାମ ଦେବ ।

ପାକିସ୍ତାନର ଏତେ ଜନସଂଖ୍ୟା ଥାଇ ମଧ୍ୟ ଚୀନ୍ ମାତ୍ର ୫ ଲକ୍ଷ ଡୋଜ୍ ଦେଇଛି । ଅର୍ଥାତ୍ ଏହା ମାତ୍ର ଅଢେଇ ଲକ୍ଷ ଲୋକଙ୍କୁ ଲାଗିପାରିବ । କିନ୍ତୁ ବଡ କଥା ଏହା ଯେ ଏହାର କିଛି ପ୍ରଭାବ ହିଁ ପଡୁନି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ସରକାରଙ୍କ ସ୍ୱାସ୍ଥ୍ୟ ମାମଲାରେ ବିଶେଷ ସହାୟକ ଫୈସଲ ସୁଲତାନ ବୟାନରେ କହିଛନ୍ତି କି ଏହି ଭ୍ୟାକସିନ୍ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଖରେ କାମ ଦେଉନି । 

ଦାନରେ ଭ୍ୟାକସିନ୍ ମିଳିବା ପରେ ପାକିସ୍ତାନ ତୁରନ୍ତ ଟିକାକରଣ ଆରମ୍ଭ କରିଦେଇଥିଲା । କିନ୍ତୁ ଫଳାଫଳ ଜାଣିବା ପରେ ପାକ୍ ଏବେ ଚିନ୍ତାରେ ପଡିଯାଇଛି ।

Leave A Reply

Your email address will not be published.