Latest Odisha News

କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍ ରେ ପୁନର୍ବାର ମତଦାନ କରିବାକୁ ବିଜେପରି ଦାବି

ଭୁବନେଶ୍ୱର: ଓଡିଶାର ଦ୍ବିତୀୟ ପର୍ଯାୟ ନିର୍ବାଚନ ବେଳେ କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍‌କୁ ବିଜେଡି ଗୁଣ୍ଡାମାନେ ଜବର ଦଖଲ କରିଛନ୍ତି । ଏପରିକି ବୁଥ୍ ବାହାରେ ଭୋଟ୍ ଦେବାକୁ ଅପେକ୍ଷା କରିଥିବା ଭୋଟର ତଥା ବିଜେପି ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କୁ ପ୍ରବେଶ କରିବାକୁ ନଦେଇ ସେମାନଙ୍କୁ ଭୋଟ ଦେବାରୁ ବଞ୍ଚିତ କରିଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେପି ପ୍ରତିନିଧିମଣ୍ଡଳୀ ।

ଏହି ଦୁଇ ବୁଥ୍‌ ରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ସ୍ଥାନୀୟ ପ୍ରଶାସନ ଓ ପୋଲିଂ କର୍ମଚାରୀଙ୍କ ସହଯୋଗରେ ଏପରି କରାଯାଇଛି । ବୁଥ୍ ଜବର ଦଖଲ ଓ ହିଂସାକାଣ୍ଡ ସତ୍ତ୍ବେ ଏଠାରେ ଭୋଟ୍ ପ୍ରକ୍ରିୟା ସ୍ଥଗିତ କରାଯାଇ ନଥିଲା । ଫଳରେ ଉଭୟ ବୁଥ୍‌ରେ ମତଦାନ ଫଳାଫଳ ଖରାପ ରହିଛି ବୋଲି ଅଭିଯୋଗ ଆଣିଛି ବିଜେପି ।

ସେହିପରି ସମାନ ଘଟଣା ଓ ପରିସ୍ଥିତିରେ କଣ୍ଟାମାଳର ୨୮ନଂ ବୁଥ୍‌ ରେ ମତଦାନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା । ମାତ୍ର ବୁଥ୍ ନଂ ୨୬ ଓ ୨୯ରେ ପରିସ୍ଥିତି ଅଧିକ ଖରାପ ଥିଲେ ମଧ୍ୟ ଏଠାରେ ମତଦାନ ପ୍ରକ୍ରିୟା ଶେଷ କରାଯାଇଥିଲା । ନିର୍ବାଚନ ବ୍ୟବସ୍ଥାରେ ଏଭଳି ପକ୍ଷପାତୀତା ନିରାଶଜନକ । ଏହା ନିର୍ବାଚନ ନିୟମକୁ ଉଲ୍ଲଂଘନ କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

୨୬ ଓ ୨୯ ନଂ ବୁଥ୍‌ ର ପ୍ରିଜାଇଡିଂ ଅଫିସର ଶାସକ ଦଳ ସହ ଥିବାରୁ ସତ୍ୟାସତ୍ୟ ବାହାରକୁ ଆସିପାରିନାହିଁ । ଉଭୟ ବୁଥ୍‌ରେ ପୁନର୍ବାର ମତଦାନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ଦାବି କରିଛନ୍ତି ।

ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳୀର ୧୦୮ନଂ ବୁଥ୍‌ ର ପ୍ରିଜାଇଡିଂ ଅଫିସର ବିଜୁ ଜନତା ଦଳର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପରିବର୍ତ୍ତେ ଶାସକ ଦଳକୁ ଜିତିଇବା ପାଇଁ ବରିଷ୍ଠ ଭୋଟରଙ୍କୁ ପ୍ରଭାବିତ କରୁଛି । ଯାହାର ଭିଡିଓ ଓ ଫୋଟୋ ସିଇଓଙ୍କୁ ହସ୍ତାନ୍ତର କରାଯାଇଛି । ତୁରନ୍ତ ତାଙ୍କୁ ଗିରଫ କରାଯିବା ସହ କାର୍ଯ୍ୟାନୁଷ୍ଠାନ ରିପୋଲିଂ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

Comments are closed.