Latest Odisha News

BREAKING NEWS

ଆରସିବି ପ୍ରଶଂସକଙ୍କୁ କ୍ଷମା ମାଗିଲେ ୱାଟସନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୧୬ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟଲ ଦାବୀଦାର ହୋଇଥିଲା । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ପରାଜିତ ହୋଇଥିଲା । ଏଥିରେ ଶେନ ୱାଟସନ ୪ ଓଭରରେ ୬୧ ରନ ଦେଇ ଦଳର ମୂଖ୍ୟ ଖଳନାୟକ ସାଜିଥିଲେ । ବ୍ୟାଟିଂରେ ବି ସେ କିଛି ଖାସ କରି ନ ପାରି ୯ ବଲରେ ୧୧ ରନ କରିଥିଲେ । ଦୀର୍ଘ ଦିନ ପରେ ୱାଟସନ ଏବେ ଆରସିବି ପ୍ରଶଂସକଙ୍କୁ କ୍ଷମା ମାଗିଛି । ସେ କହିଛନ୍ତି ଫାଇନାଲରେ ମୋ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ମୁଁ ଏଥିନେଇ ଆପଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ସେବେଠାରୁ ଆରସିବି ଆଉ ଫାଇନାଲକୁ ଉନ୍ନୀତ ହୋଇନି ।

ଅପରପକ୍ଷରେ ୱାଟସନ ୨୦୦୮ରେ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ଏବଂ ୨୦୧୮ ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗସର ଟିମର ସଦସ୍ୟ ରହି ସାରିଛନ୍ତି । ଚେନ୍ନାଇକୁ ଏହି ସିଜନରେ ଟାଇଟଲ ଜିତାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଚଳିତ ସଂସ୍କରଣରେ ଆରସିବି ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ଏହା ପରେ ଶୃଙ୍ଖଳିତ ଖେଳି ପ୍ଲେ ଅଫରେ ପ୍ରବେଶ କରିଛି । ଏବେ ଟାଇଟଲ ହାସଲ ପାଇଁ ଦଳକୁ ଆଉ ୩ଟି ମ୍ୟାଚରେ ଜିତିବାକୁ ପଡିବ ।

Leave A Reply

Your email address will not be published.