Latest Odisha News

BREAKING NEWS

ରାଜନଗରରେ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ତାଳଚୁଆ ଓ ବଗପାଟିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ  ସ୍ଥାନୀୟ ଲୋକଙ୍କ  ସହ ଆଲୋଚନା କରିଥିଲେ । ସେହିପରି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ, ପାନୀୟ ଏବଂ ସଠିକ ସରକାରୀ ସୁବିଧା ଲୋକମାନଙ୍କୁ ମିଳୁଛି କି ନାହିଁ ତା’ର ତଦାରଖ ମଧ୍ୟ  କରିଥିଲେ।

ବାତ୍ୟା ପରବର୍ତ୍ତୀ ପଦକ୍ଷେପ ଅନୁସାରେ ବିଦ୍ୟୁତ ସରବରାହ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତ୍ୟକ୍ଷରୂପେ କାର୍ଯ୍ୟର ତତ୍ୱାବଧାନ କରିଥିଲେ।  ସେହିପରି ବାତ୍ୟା ଜନିତ ଫସଲ ହାନିର ସ୍ଥିତିକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗୀୟ କୃଷି ଅଧିକାରୀଙ୍କୁ ଆଦେଶ ଦେଇଥିଲେ ।  ଆଜି ରାତି ସୁଦ୍ଧା ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ସ୍ଵାଭାବିକ କରିବା ଲାଗି ମଧ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ।  ଦିନ ୨ଟା ସୁଦ୍ଧା ପ୍ରାୟ ୧୦ ଲକ୍ଷ ଘରକୁ ବିଦ୍ୟୁତ ସରବରାହ ତ୍ଵରାନିତ ହୋଇଥିବାବେଳେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ପୁନଃରୁଦ୍ଧାର କରାଯାଇଛି ।

Leave A Reply

Your email address will not be published.