Latest Odisha News

BREAKING NEWS

ଶୈବପୀଠ କପିଳାଶରେ କରୋନା କଟକଣା ଜାରି କଲା ଜିଲ୍ଲା ପ୍ରଶାସନ, ଫିକା ପଡିବ ମହାଶିବରାତ୍ରୀ 

ଢ଼େଙ୍କାନାଳ: ଏଥର ଫିକା ପଡିବ ଜାଗର ରାତି । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ କରୋନା କଟକଣା ଲଗାଇଛି । 

ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି । ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଚଳିତଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । ପ୍ରତ୍ୟେକ ବର୍ଷ ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ମାତ୍ର ଚଳିତ ବର୍ଷ କୋରନା ସଂକ୍ରମଣ ଆଶଙ୍କା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏଥିପାଇଁ ସୋମବାର ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାରେ ଜିଲ୍ଲା ବାହାର ଲୋକଙ୍କୁ କପିଳାଶ ପୀଠକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ଆସନ୍ତା ମାର୍ଚ୍ଚ ମାସରେ ସ୍ଥିତିକୁ ଦେଖି ପରେ ପୀଠର ଜାଗର ଯାତ୍ରା କିପରି ହେବ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.