ଭୁବନେଶ୍ୱର :ପୁଣି ରିମାଣ୍ଡରେ ଆସିବେ ନକଲି ଡାକ୍ତର । ହାଇ ପ୍ରୋଫାଇଲ ଠକ ଡାକ୍ତର ଏବେ କଡା ସୁରକ୍ଷା ବଳୟ ଭିତରେ ଜେଲର ସେଲର ଦିନ କାଟୁଛି । ନକଲି ଡାକ୍ତରଙ୍କ ବିରୋଧରେ ଦିନକୁ ଦିନ ଠକେଇ ଅଭିଯୋଗ ବଢିବାରେ ଲାଗିଛି ।ଏନେଇ ଆଜି ପୁଣି ଥରେ ରିମାଣ୍ଡରେ ଆସିବ ଠକ ଡାକ୍ତର ରମେଶ ସ୍ୱାଇଁ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଡରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ ।
ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ରମେଶଙ୍କୁ ପୋଲିସ ୮ ଦିନ ପାଇଁ ରିମାଣ୍ଡରେ ଆଣିଥିଲା ।ଏବେ ସୁଦ୍ଧା ରମେଶଙ୍କ ନାଁରେ ୧୫ ଟି ମାମଲା ଥାନାରେ ରୁଜୁ ହୋଇଛି । ପାହାଳରେ ଜଣେ ଠାକାଦାରଙ୍କୁ ରମେଶ ୭୦ ହଜାର ଟଙ୍କା ଠକିଥିବା ତାଙ୍କ ନାରେ ଅଭିଯୋଗ ଅଛି । ଏନେଇ ଠକେଇର ଶିକାର ହୋଥିବା ବ୍ୟକ୍ତି ରମେଶଙ୍କ ନାଁରେ ପାହାଳ ଥାନାରେ ଅଭିଯୋଗ କରିଛନ୍ତି ।
Comments are closed.