Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ ମନୋଜ ବାଜପେୟୀଙ୍କ ‘ଦି ଫ୍ୟାମିଲି ମ୍ୟାନ୍ ୨’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ମନୋଜ ବାଜପେୟୀ ୨୦୧୯ ରେ ‘ଦି ଫ୍ୟାମିଲି ମ୍ୟାନ୍’ ସିରିଜରୁ OTT ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। ଏହି ସିରିଜ୍ ଆମାଜନ୍ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିଥିଲା ​। ମନୋଜ ବାଜପେୟୀଙ୍କ ‘ଦି ଫ୍ୟାମିଲି ମ୍ୟାନ୍’ ଦର୍ଶକଙ୍କ ଆଦୃତ ଲାଭ କରିଥିଲା। ଏହା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ମଧ୍ୟ ରହିଥିଲା। ଏହାର ଦ୍ବିତୀୟ ସଂସ୍କରଣକୁ ନେଇ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ତେଣୁ ମନୋଙ୍କ ପ୍ରଶଂସକଙ୍କ ପାଇଁ ଏହି ଅପେକ୍ଷା ଅନ୍ତ ଘଟିବାକୁ ଯାଉଛି, କାରଣ ‘ଦି ଫ୍ୟାମିଲି ମ୍ୟାନ୍ ୨’ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।

ଆମାଜନ ପ୍ରାଇମ ଭିଡିଓ ଆଜି ‘ଫ୍ୟାମିଲି ମ୍ୟାନ୍’ ସିଜନ ୨ ର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଛି। ସୂଚନା ଅନୁଯାୟୀ ୨୦୨୧ ଫେବ୍ରୁଆରୀ ୧୨ ତାରିଖରେ ଏହା ମୁକ୍ତିଲାଭ କରିବ। ଏହି ପୋଷ୍ଟରରେ, ୨୦୨୧ ସମୟ ସହିତ ଏକ ଟାଇମ୍ ବମ୍‌ର ଫଟୋ ଦେଖିବାକୁ ମିଳିଛି। ଟାଇମ୍ ବମ୍‌ରେ ମନୋଜ ବାଜପେୟୀ ଏବଂ ଶରିବ ହାଶମୀଙ୍କ ଛବି ମଧ୍ୟ ରହିଛି। ଯଦିଓ ପୋଷ୍ଟ ସହିତ ଫିଲ୍ମର ରିଲିଜ୍ ତାରିଖ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଯଦି ପୋଷ୍ଟର ରିଲିଜ୍ ହୁଏ, ତେବେ ଏହି ସିରିଜ୍ ମଧ୍ୟ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ।

Comments are closed.