Latest Odisha News

BREAKING NEWS

ଫେବ୍ରୁଆରୀରେ ରିଲିଜ ହେବନି ‘ଦ ଫ୍ୟାମିଲି ମ୍ୟାନ୍ ସିଜିନ୍ ୨’

ନୂଆଦିଲ୍ଲୀ: ଆମାଜନ୍ ପ୍ରାଇମ୍ ଭିଡିଓର ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ସିରିଜ୍ ‘ଫ୍ୟାମିଲି ମ୍ୟାନ୍’ର ପ୍ରଶଂସକଙ୍କ ପାଇଁ ଏକ ବ୍ୟାଡ୍‌ ନ୍ୟୁଜ୍‌। ୧୨ ଫେବୃଆରୀରେ ‘ଫ୍ୟାମିଲି ମ୍ୟାନ୍ ସିଜନ୍ ୨’ ରିଲିଜକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ।

ତେବେ ଏହି ଅପେକ୍ଷା କେବଳ କିଛି ଦିନର ନୁହେଁ ବରଂ ମାସର ହୋଇପାରେ। ମନୋଜ ଭାଜପେୟୀଙ୍କ ଅଭିନୀତ ‘ଦି ଫ୍ୟାମିଲି ମ୍ୟାନ୍ ୨’ର ଦ୍ୱିତୀୟ ଭାଗ ଫେବୃଆରୀ ୧୨ ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା। ଯାହା ବର୍ତ୍ତମାନ ଆହୁରି ବୃଦ୍ଧି କରାଯାଇଛି। ଯାହାର ସୂଚନା ସିରିଜର ନିର୍ଦ୍ଦେଶକ ନିଜେ ପ୍ରଦାନ କରିଛନ୍ତି।

ସିରିଜ୍ ନିର୍ଦ୍ଦେଶକ ରାଜ ଏବଂ ଡି.କେ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ମାଧ୍ୟମରେ ସେମାନେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ନିର୍ଦ୍ଦେଶକ ଲେଖିଛନ୍ତି, ଆମେ ଜାଣୁ ଯେ ଆପଣ ଫ୍ୟାମିଲି ମ୍ୟାନ୍ ର ନୂଆ ସିଜିନ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଭଲପାଇବା ପାଇଁ ଆମେ ପ୍ରକୃତରେ କୃତଜ୍ଞ! ସୂଚନା ଅନୁଯାୟୀ ଫ୍ୟାମିଲି ମ୍ୟାନ୍ ସିଜନ ୨ ଏହି ସମର୍‌ରେ ଆମାଜନ ପ୍ରାଇମରେ ପ୍ରିମିୟର ହେବ! ଏଥିପାଇଁ ଆମେ କରିବାକୁ ଆମେ ବହୁତ ପରିଶ୍ରମ ମଧ୍ୟ କରୁଛୁ। ଆମେ ନିଶ୍ଚିତ ଯେ ଆପଣ ଏହାକୁ ପସନ୍ଦ କରିବେ। ତେବେ ଏହା କେବେ ରିଲିଜ୍ କରିବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ସୂଚିତ କରାଯାଇ ନାହିଁ।

Leave A Reply

Your email address will not be published.