Latest Odisha News

BREAKING NEWS

ରଜୌରୀରେ ବିଏସଏଫର ଦୁଇ ଯବାନ୍ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ୍

ଶ୍ରୀନଗର: ବିଏସଏଫର ଦୁଇ କନଷ୍ଟେବଳ ହଠାତ୍ ରଜୌରୀ ସେକ୍ଟରରେ ଥିବା ଏକ ଶିବରରୁ ନିଖୋଜ ହୋଇଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ବିଏସଏଫ ଅଧିକାରୀମାନେ ପୋଲିସ ନିକଟରେ ଦୁଇ କନଷ୍ଟେବଳଙ୍କର ନିଖୋଜ ହୋଇଥିବାର ରିପୋର୍ଟ ଦାଖଲ କରିଛନ୍ତି । ପୋଲିସ ମଧ୍ୟ ଦୁହିଁଙ୍କର ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ୍ ବଢାଇ ଦେଇଛି । ଏପର୍ଯ୍ୟନ୍ତ କୌଣସି କନଷ୍ଟେବଳଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, ବିଏସଏଫ୍‌ର ଦୁଇ କନଷ୍ଟେବଳର ଜେନେରାଲ ଡ୍ୟୁଟି ଶ୍ରେଣୀ ଅନୁସାରେ ସୁନ୍ଦରବନୀ ଉପାଜିଲ୍ଲା ମୁଖ୍ୟାଳୟ ବିଏସଏଫ୍ ଶିବିରରେ ମୁତୟନ ଥିଲେ । ଯେତେବେଳେ ବିଳମ୍ବିତ ରାତିରେ ଏହି ଦୁଇ କନଷ୍ଟେବଳ ଶିବିରକୁ ଫେରିନଥିଲେ । ବିଏସଏଫ ଅଧିକାରୀଙ୍କ ନିର୍ଦେଶରେ ସାଥୀ ଯବାନ ଖୋଜିବାକୁ ଯାଇଥିଲେ । କିନ୍ତୁ ପାଇନଥିଲେ । ପୋଲିସ ନିକଟରେ ଏବେ ନିଖୋଜ ହେବା ନେଇ ରିପୋର୍ଟ ଦିଆଯାଇଛି ।

Leave A Reply

Your email address will not be published.