Latest Odisha News

BREAKING NEWS

ଲହୁଲୁହାଣ ଭାବେ ନଜର ଆସିଲେ ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଲହୁଲୁହାଣ ହୋଇଥିବା ଏକ ଫଟୋ ନଜରକୁ ଆସିଛି । ମୁଣ୍ଡରରୁ ରକ୍ତ ଦେହ ଖଣ୍ଡିଆ ଖାବରା, ଦେଖିଲେ ଦେହ ଶିତେଇ ଉଠୁଛି ।

ରିୟଲ ନୁହେଁ ରିଲ ପାଇଁ ପରିଣୀତିଙ୍କର ଏହି ଅବତାର । ପରିଣୀତିଙ୍କ ଅପକମିଂ ସିନେମା ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ର ପ୍ରଥମ ଲୁକ୍‌ ରିଲିଜ ହୋଇଛି। ଏଥିରେ ସେ ଏଭଳି ରୂପ ଧାରଣ କରିଛନ୍ତି ।

ଏହି ସିନେମା ହଲିଉଡ ଅଭିନେତ୍ରୀ ଏମିଲି ବ୍ଲଣ୍ଟଙ୍କ ସିନେମାର ହିନ୍ଦୀ ରିମେକ । ଏହା ୨୦୧୫ର ବେଷ୍ଟ ସେଲର ବୁକ୍‌ ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ ଉପରେ ଆଧାରିତ। ଏବେ ପରିଣୀତି ଚୋପ୍ରା ଏହି ସିନେମାର ହିନ୍ଦୀ ରିମେକ୍‌ରେ ନଜର ଆସିବେ।

ଏହି ପିଲ୍ମର ପ୍ରଥମ ଲୁକ୍‌କୁ ପରିଣୀତି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ଶରୀରରେ ରକ୍ତ ଲାଗିଥିବା ଅବସ୍ଥାରେ ବାଥ ଟବ୍‌ରେ ବସିଥିବା ଦେଖିବାକୁ ମିଳୁଛି।

ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରିଭୁ ଦାସଗୁପ୍ତା । ନିଜ ଜୀବନର ସବୁଠାରୁ କଷ୍ଟ ଚରିତ୍ର କରିବାକୁ ଯାଉଥିବା ପରିଣୀତି ଏହି ଫଟୋକୁ ସେୟାର କରି ଲେଖିଛନ୍ତି ।

Comments are closed.