Latest Odisha News

ଦ୍ଵିତୀୟ ବିବାହର ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀକୁ ରାସ୍ତାରେ ଗୋଡେଇ ଗୋଡେଇ ମାରିଲା ସ୍ୱାମୀ

ବୁଗୁଡା: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କଲେ ସ୍ବାମୀ । ଏହାର ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀକୁ ରାସ୍ତାରେ ଗଡେଇ ତଡେଇ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଲତାକରଡା ଗାଁ ରେ ।

BjdElectrycity

ରବିନ୍ଦ୍ର ନାୟକଙ୍କ ପ୍ରଥମ ସ୍ତ୍ରୀ ସନ୍ତୋଷିନୀ ପ୍ରଧାନ ସ୍ୱାମୀଙ୍କ ନିର୍ଯ୍ୟାତନାକୁ ସଯ୍ୟ ନକରିପାରି ନିଜର ୫ ବର୍ଷର ପୁଅକୁ ଧରି ବାପଘରେ ରହୁଥିଲେ। ଅନ୍ୟପଟେ ବିନା ଛାଡପତ୍ରରେ ସ୍ବାମୀ ରବୀନ୍ଦ୍ର ପ୍ରଧାନ ଦ୍ବିତୀୟ ବିବାହ କରିଥିଲେ ।ଏକଥା ପ୍ରଥମ ସ୍ତ୍ରୀ ଜାଣିବା ପରେ ଏହାର ପ୍ରତିବାଦ କରିଥିଲେ । ସନ୍ତୋଷିନୀଙ୍କ ପ୍ରତିବାଦରେ ରବୀନ୍ଦ୍ର ଉତ୍ତକ୍ତ ହୋଇ ତାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରି ଘରୁ ତଡି ଦେବା ସହ ପଥରେ ଛେଚି ମାରି ଦେବାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଏନେଇ ସନ୍ତୋଷିନୀ ବୁଗୁଡା ଥାନାରେ ସ୍ଵାମୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ଯାହାକୁ ଆଧାର କରି ବୁଗୁଡା ପୋଲିସ ସ୍ବାମୀ ରବୀନ୍ଦ୍ର ପ୍ରଧାନଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.