Latest Odisha News

BREAKING NEWS

ସାରା ଦୁନିଆରେ ୯୭ ଲକ୍ଷ ଲୋକଙ୍କୁ କରୋନା

ସାରା ବିଶ୍ୱକୁ ନିଜ ହାତମୁଠାରେ କରି ସାରିଲାଣି ମାରାତ୍ମକ କରୋନା ଭାଇରସ୍ । ୯୭ ଲକ୍ଷ ଲୋକଙ୍କ ସଂକ୍ରମିତ ହେଲେଣି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୬ ହଜାର ନୂଆ ପଜିଟିଭ କେସ୍ ସାମନାକୁ ଆସିଛି । ମୃତ୍ୟୁବରଣ କରିଛନ୍ତି ଆଉ ୫ ହଜାର ଲୋକ ।

ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୯୯ ହଜାର ୫୭୫ରେ ପହଞ୍ଚିଥିବା ବେଳେ ମୃତ୍ୟୁ ମୁହଁରେ ପଡ଼ିଛନ୍ତି ୪ ଲକ୍ଷ ୯୦ ହଜାର ୯୩୩ । ସୁସ୍ଥ ହୋଇଛନ୍ତି ୫୨ ଲକ୍ଷରୁ ଅଧିକ ଲୋକ । ସାରା ବିଶ୍ୱରେ ଯେମିକି ଲୋକ ଭୂତାଣୁ ସଂକ୍ରମିତ ହୋଇଛନ୍ତି, ତାର ୬୬ ପ୍ରତିଶତ କରୋନା କେସ୍ କେବଳ ୧୦ଟି ଦେଶରୁ ରହିଛି । ସେସବୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୬ ଲକ୍ଷରୁ ଅଧିକ ।
କେଉଁ ଦେଶରେ କେତେ କରୋନା କେସ୍
ଦେଶ              ସଂକ୍ରମଣ                    ମୃତ
ଆମେରିକା      ୨, ୫୦୨, ୩୧୧       ୧୨୬, ୭୨୬
ବ୍ରାଜିଲ୍          ୧, ୨୩୩, ୧୪୭        ୫୫, ୦୫୪
ଋଷିଆ          ୬୧୩, ୯୯୪            ୮, ୬୦୫
ଭାରତ          ୪୯୧, ୧୭୦            ୧୫, ୩୦୮
ବ୍ରିଟେନ୍         ୩୦୭, ୯୮୦             ୪୩, ୨୩୦
ସ୍ପେନ୍          ୨୯୪, ୫୬୬              ୨୮, ୩୩୦
ପେରୁ         ୨୬୮, ୬୦୨               ୮, ୭୬୧
ଚିଲି           ୨୫୯, ୦୬୪              ୪, ୯୦୩
ଇଟାଲୀ        ୩୪, ୬୭୮               ୩୪, ୬୭୮

Leave A Reply

Your email address will not be published.