Latest Odisha News

BREAKING NEWS

ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରତିଫଳିତ ହେଉଛି ମା’ ଲକ୍ଷ୍ମୀଙ୍କ ଅଭିମାନ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସରରେ ପୁରୀ ଗୁଣ୍ଡିଚାବାଡି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି ଏହି ମାନବୀୟ ଲୀଳାକୁ ନେଇ ଗତ ହେରାପଞ୍ଚମୀର ଫଟୋ ସମୂହ ସହିତ ପୁରାତନ ରଚନାରୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ମା’ ଲକ୍ଷ୍ମୀଙ୍କ ଅଭିମାନ ଭରା ବକ୍ତବ୍ୟ।ସେହିପରି ସ୍ଥାପିତ ଭିଡିଓ ୱାଲରେ ପ୍ରଦର୍ଶିତ ହେଉଛି ବିଭିନ୍ନ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଶ୍ରୀ ଜଗନ୍ନାଥ ସହସ୍ରନାମ ଏବଂ ଜଗଦଗୁରୁ ଶ୍ରୀ ଶଙ୍କରଚାର୍ଯ୍ୟ ବିରଚିତ ଶ୍ରୀଜଗନ୍ନାଥ ଅଷ୍ଟକମ ସ୍ତ୍ରୋତ୍ର ସହିତ ଶ୍ରୀଜଗନ୍ନାଥ ଚେତନା ସମ୍ବଳିତ ଅନ୍ୟାନ୍ୟ ଭିଡିଓ ।

ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ଅସ୍ଥାୟୀ ପ୍ରଦର୍ଶନୀ ମଣ୍ଡପ ଏକ ମ୍ୟୁଜିୟମ ସଦୃଶ ପରିଲକ୍ଷିତ ହେଉଛି।

 

 

Comments are closed.