ପୁରୀ: ଆଉ ତିନି ଦିନ ପେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳିତ ରଥଯାତ୍ରା ଯେପରି ସୁରୁଖୁରୁରେ ଶେଷ ହୁଏ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଏହି ସମୟ ଭିତରେ ରଥଯାତ୍ରା ସମୟରେ କାଠ ସମସ୍ୟା ଯେପରି ନଦେଖାଯାଏ ସେନେଇ ଗୁରୁତ୍ବ ଦେଇଛନ୍ତି ଗଜପତି ଦିବ୍ୟସିଂହ ଦେବ ।
ସେ କହିଛନ୍ତି ଯେ, ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆବଶ୍ୟକ କାଠ ସମସ୍ୟା ଦୂର କରିବା ପାଇଁ ଏବେଠୁ ଉଦ୍ୟମ ନକଲେ ସମସ୍ୟା ଉପୁଜିପାରେ । ରଥଯାତ୍ରାରେ କାଠ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ବ୍ୟବହାର କରାଯାଇପାରିବ ନାହିଁ ତେଣୁ ରାଜ୍ୟ ସରକାର ତତ୍ପର ହେବା ଆବଶ୍ୟକ । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର କଣ ସ୍ଥିତି ରହିଛି ସେନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଏଯାଏଁ ଜଙ୍ଗଲ ଓ ପରିବେଶ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିନାହିଁ। ପୂର୍ବରୁ ପର୍ଯ୍ୟାପ୍ତ ଜଙ୍ଗଲ ଥିଲା ଓ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କାଠର ସମସ୍ୟା ନଥିଲା ବୋଲି ଗଜପତି ମହାରାଜା କହିଛନ୍ତି ।
ସେହିପରି, ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସାରିବା ପାଇଁ ନୀତିକାନ୍ତି ସମ୍ପାଦନ ଉପରେ ଗୁରୁତ୍ବ ଦିଆଯାଇଛି । ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ଗୋଟିଏ ଦିନରେ ପଡୁଥିବାରୁ ଠିକ୍ ଭାବେ ନୀତିକାନ୍ତି ସମ୍ପନ୍ନ ଓ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି । ଏଥର ରଥ ଉପରକୁ ମୋବାଇଲ ଫୋନ୍ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । ଗୁଣ୍ଡିଚା ମନ୍ଦିର ଭିତର ଓ ପଛ ପଟ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରଥଯାତ୍ରା ପରେ ଏକ ଦୀର୍ଘ ମିଆଦି ଯୋଜନା କରାଯିବ ବୋଲି ଗଜପତି କହିଛନ୍ତି ।
Comments are closed.