ଭୁବନେଶ୍ୱର: ଦେଶରେ ଲାଗୁ ହୋଇଛି ଅନ୍ଲକ୍-୪ । କେନ୍ଦ୍ର ସରକାର ଆଜିଠାରୁ ରାଜ୍ୟମାନଙ୍କରେ ଲକଡାଉପ୍ ଓ ସଟ୍ଡାଉନ୍ ରହିବନି ବୋଲି ଘୋଷଣା କରିଛନ୍ତି । କିନ୍ତୁ ପୋଲିସ ଏହାକୁ ମାନିବାକୁ ନାରାଜ । ଆଜି ରାଜଧାନୀ ଭୁବନେଶ୍ୱରର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଲିସ ଅଚାନକ ଚଢ଼ାଉ କରିଛି । କ୍ୟାପିଟାଲ ଥାନା ପୋଲିସ ଆଜି ଏକ ଦୋକାନ ଉପରେ ଚଢ଼ାଉ କରି ୨ଶହ ଟଙ୍କା ଫାଇନ୍ ଆଦାୟ କରିଛି। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ ଏହି ଚଢ଼ାଉ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଆଜିଠାରୁ ଲକଡାଉନ ରହିବ ନାହିଁ ବୋଲି ଘୋଷଣା ହୋଇଛି । ହେଲେ ପୋଲିସର ଏହି କାର୍ୟ୍ୟାନୁଷ୍ଠାନ ନେଇ ଏବେ ପ୍ରଶ୍ନ ଉଠିଛି ।
Comments are closed.