ଭୁବନେଶ୍ବର: ଆଉ ମାତ୍ର କିଛି ଦିନର ଅପେକ୍ଷା ଏହା ପରେ ଆରମ୍ଭ ହେବ ଝାଡ଼ଖଣ୍ଡ ନିର୍ବାଚନ । ଏଥିପାଇଁ ସବୁ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଉଛି । ବିଜେପି ମଧ୍ୟ ନିଜ ସପକ୍ଷରେ ଭୋଟ୍ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ଆସନ୍ତାକାଲିଠୁ ୩ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେପି ପାଇଁ କରିବେ ପ୍ରଚାର ।
୮, ୯ ଓ ୧୦ ତାରିଖରେ ଝାଡ଼ଖଣ୍ଡର ବିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । ବିଶେଷ କରି ଝାଡଖଣ୍ଡର ଯେଉଁ ୧୮ଟି ବିଧାନସଭା କ୍ଷେତ୍ରରେ ଓଡ଼ିଆ ଭାଷାଭାଷୀ ଲୋକ ଅଛନ୍ତି, ସେଠାରେ ପ୍ରଚାର କରିବେ ଓଡ଼ିଶାର ବିଜେପି ନେତା ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା, ସହ ବିଜେପି ପାଇ ଭୋଟ ଭିକ୍ଷା କରିଛନ୍ତି । ଆଗକୁ ମଧ୍ୟ ମୋହନ ମାଝୀ ଝାଡ଼ଖଣ୍ଡ ନିର୍ବାଚନରେ ପ୍ରଚାର କରିବେ । ବର୍ତ୍ତମାନ ସମୟରେ ରାଜ୍ୟ ବିଜେପିର ଶୀର୍ଷ ସ୍ତରୀୟ ନେତା ଝାଡଖଣ୍ଡରେ ଜୋରଦାର ପ୍ରଚାର କରୁଛନ୍ତି ।