Latest Odisha News

BREAKING NEWS

ରାଜଧାନୀରୁ ନିଖୋଜ ଛାତ୍ର ଟିଟିଲାଗଡରୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର

ଭବନେଶ୍ୱର: ଟିଟିଲାଗଡରୁ ଉଦ୍ଧାର ହେଲେ ରାଜଧାନୀରୁ  ନିଖୋଜ ଛାତ୍ର । ଗତକାଲି ଠାରୁ ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି  ନ ପାଇବା ପରେ ଚନ୍ଦକା ଥାନାର ଦ୍ୱାରସ୍ଥ  ହୋଇଥିଲେ । ପୋଲିସ ସେମାନଙ୍କୁ  ଆଜି ଟିଟିଲାଗଡରୁ ଠାବ କରିଛି । ଉଭୟଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିବା ପୋଲିସ କହିଛି ।

ଉଭୟଙ୍କୁ ଅପହରଣ କରି ନିଆ ଯାଇଥିଲା । ତେବେ ଅପହର୍ତ୍ତାଙ୍କ କବଳରୁ ଉଭୟ କୌଣସି ପ୍ରକାରେ ଖସି ଆସିଥିବା କହିଛନ୍ତି ଉଭୟ ଛାତ୍ର । ସେମାନଙ୍କୁ ଗତକାଲି ସ୍କୁଲ ପାଖରୁ ଦୁବୃର୍ତ୍ତ ଉଠେଇ ନେଇଥିବା ପୋଲିସକୁ ସୂଚନା ଦେଇଛନ୍ତି ଉଭୟ ଛାତ୍ର ।

ଛାତ୍ର ଦ୍ୱୟ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ଉଭୟେ  ରାଜଧାନୀର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ  ପଢନ୍ତି । ଗତକାଲି ସକାଳେ ସୋନୁ ଓ ପୃଥ୍ୱୀରାଜ ଅଟୋ ଯୋଗେ ସ୍କୁଲ ଯାଇଥିଲେ। ସ୍କୁଲ ପହଞ୍ଚିବାର କିଛି ସମୟ ପରେ ସେମାନେ ବିସ୍କୁଟ କିଣିବାକୁ ପାଖ ଦୋକାନକୁ ଯାଇଥିଲେ। ତା’ ପରଠାରୁ ସେମାନେ ନିଖୋଜ ହୋଇ ଯାଇଥିଲେ । ନା ସ୍କୁଲକୁ ଫେରିଥିଲେ ନା ଘରକୁ ।

ଏପଟେ ସ୍କୁଲ ଛୁଟି ହେବା ପରେ ବି ପଲା ନ ଫେରିବାରୁ ପରିବାର ଲାେକ ଖୋଜାଖୋଜି କରିଥିଲେ । ସ୍କୁଲରେ ଯାଇ ପଚରାଉଚରା କରିଥିଲେ । ହେଲେ ସେଠାରୁ କିଛି ସୂଚନା ନ ପାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ପୋଲିସ ସ୍କୁଲରେ ଲାଗିଥିବା ସିସିଟିଭି ଏବଂ ସ୍କୁଲ ରାସ୍ତାରେ ଲାଗିଥିବା କ୍ୟାମେରା ଫୁଟେଜକୁ ଯାଞ୍ଚ କରିଥିଲା । ଏଥିସହିତ ସ୍କୁଲ ଅଧ୍ୟକ୍ଷ, ସେମାନଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରିଥିଲା ପୋଲିସ ।

ଉଭୟେ ଟିଟଲାଗଡରେ ଥିବା ଜାଣି ଭୁବନେଶ୍ୱରରୁ ପୋଲିସ ଟିମ ସହ ପରିବାର ଲୋକେ ଯାଉଛନ୍ତି ।

Leave A Reply

Your email address will not be published.