Latest Odisha News

ହେଲମେଟ୍ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର

ବଲାଙ୍ଗିର: ଗାଡ଼ି ଚଲାଉ ନାହାନ୍ତି ବରଂ ଡାକ୍ତର ରୋଗୀ ଦେଖୁଛନ୍ତି, ହେଲମେଟ୍ ପିନ୍ଧି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଣ୍ଡମୁଦ ସ୍ୱାସ୍ଥ୍ୟକେନ୍ଦ୍ରରେ । ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ହେଲମେଟ୍ ପିନ୍ଧି ରୋଗୀ ଦେଖିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର ।

ସୋମବାର ସ୍ୱାସ୍ଥ୍ୟକେନ୍ଦ୍ରର ଛାତ ସିଲିଂରୁ ବଡ଼ ଖଣ୍ଡ ସିମେଣ୍ଟ ସ୍ଲାବ୍ ଖସିଥିଲା । ତେବେ ସୌଭାଗ୍ୟବଶତଃ ସେତେବେଳେ କେହି ଆହତ ହୋଇ ନଥିଲେ । ତେବେ ସିମେଣ୍ଟ ସ୍ଲାବ୍ ଖସିବା ପରେ ରୋଗୀ ଓ କର୍ମଚାରୀ ଭୟଭୀତ ହୋଇ ପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହି ବିଭାଗ କୋଠା ମାତ୍ର ୫ ବର୍ଷ ତଳେ ନିର୍ମାଣ କରାଯାଇଥିଲା । ତେବେ ନିମ୍ନମାନର କାମ ଯୋଗୁଁ ଛାତରୁ ସ୍ଲାବ ଖସୁଛି । ଯାହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.