Latest Odisha News

BREAKING NEWS

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ସିନେମା ‘ଜେଲର’: ଭାରତରେ ୧୪ କୋଟିର ଅଗ୍ରୀମ ଟିକେଟ୍ ବିକ୍ରି

ମୁମ୍ବାଇ: ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ସିନେମା ଜେଲର । ଦୁଇ ବର୍ଷ ପରେ ପୁଣି ପରଦାକୁ ଫେରିଛନ୍ତି ସୁପରଷ୍ଟାର ରଜନୀକାନ୍ତ। ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇବା ସହ ଡାନ୍ସ କରୁଥିବା ଦେଖିବାକୁ ମଳିଛି ।

ବିଶ୍ୱର ୪୫୦୦ ସିନେମା ହଲ୍‌‌ରେ ଆଜି ମୁକ୍ତିଲାଭ କରିଛି ଫିଲ୍ମ ଜେଲର । ଏଥିପାଇଁ ୫ ଅଗଷ୍ଟରୁ ଆରମ୍ଭ ହୋଇଥିଲା ଟିକେଟ ବୁକିଂ । ଆସନ୍ତା ୧୫ ଅଗଷ୍ଟ ପର୍ଯ୍ୟନ୍ତ ଫିଲ୍ମର ସମସ୍ତ ଟିକେଟ ବିକ୍ରି ସରିଛି । ଭାରତ ଅଗ୍ରୀମ ଟିକେଟ ବୁକିଂରେ ୧୪ କୋଟି ଟଙ୍କା ସଂଗ୍ରହ କରିଛି । ଟ୍ୱିଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ହି ଫିଲ୍ମର ଟିକେଟ ବ୍ଲାକ୍‌‌ରେ ମିଳୁଛି , ଯାହାର ମୂଲ୍ୟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ରଜନୀକାନ୍ତଙ୍କ ଏହି ଫିଲ୍ମକୁ ନେଇ ସାରା ଦକ୍ଷିଣ ଭାରତରେ ବିପୁଳ ଉତ୍ସାହ ସୃଷ୍ଟି ହୋଇଛି। ବହୁ କମ୍ପାନୀ ଆଜି କର୍ମଚାରୀଙ୍କୁ ଛୁଟି ଦେବା ସହ ମାଗଣା ଟିକେଟ୍‌‌ ବଣ୍ଟନ କରିଛନ୍ତି । ମଦୁରାଇର ୟୁନୋ ଏକ୍ସୋ କେୟାର ନାମକ ଏକ କମ୍ପାନୀ ତାର ସମସ୍ତ ଶାଖାକୁ ଛୁଟି ଘୋଷଣା ସହ ସବୁ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ଦେଇଛି।

ବେଙ୍ଗାଲୁରୁରେ ମଲଟିପ୍ଳେକ୍ସ ପ୍ରେକ୍ଷାଳୟ ଗୁଡିକରେ ଟିକେଟ ପିଛା ୮୦୦ ରୁ ୧୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। କିଛି ସ୍ଥାନରେ ଏହା ୨୫୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୦ କୋଟି ଟଙ୍କା ବଜେଟ୍‌‌ରେ ପ୍ରସ୍ତୁତ ଏହି ଫିଲ୍ମ ପାଇଁ ସୁପରଷ୍ଟାର ରଜନୀକାନ୍ତ ୧୧୦ କୋଟି ଟଙ୍କା ନେଇଛନ୍ତି। ସେହିପରି ମୋହନଲାଲ ୮ କୋଟି, ଶିବ ରାଜକୁମାର, ଜ୍ୟାକି ଶ୍ରଫ୍‌‌ ଓ ତମନ୍ନା ଭାଟିଆ ୪ କୋଟି ଟଙ୍କା ଲେଖାଏଁ ପାରିଶ୍ରମିକ ନେଇଥିବା କୁହାଯାଉଛି ।

ଜେଲର ହେଉଛି ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ ପ୍ୟାକ୍ ଫିଲ୍ମ । ଯେଉଁଥିରେ ରଜନୀକାନ୍ତ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାବରେ ନଜର ଆସିବେ । ଫିଲ୍ମ ‘ଜେଲର’ରେ ରଜନୀକାନ୍ତଙ୍କ ସହ ଦକ୍ଷିଣ ଭାରତର ଅନ୍ୟତମ ସୁପରଷ୍ଟାର ମୋହନଲାଲ, ଶିବ ରାଜକୁମାର, ତମନ୍ନା ଭାଟିଆ, ରମ୍ୟା କ୍ରିଷ୍ଣନ ଏଥିରେ ଅଭିନୟ କରୁଛନ୍ତି ଏବଂ ଜ୍ୟାକି ଶ୍ରଫ୍‌‌ ଏଥିରେ ଖଳନାୟକ ଭୂମିକା ନିର୍ବାହ କରିଛନ୍ତି।

Leave A Reply

Your email address will not be published.