Latest Odisha News

BREAKING NEWS

ରାହୁଲଙ୍କ ଫ୍ଲାଇଂ କିସକୁ ନେଇ ମହିଳା ସାଂସଦଙ୍କୁ ଲେଡି ଆଇଏଏସଙ୍କ ପ୍ରଶ୍ନ; ‘ମଣିପୁର କଥା ଥରେ ଭାବ ତ…’

ନୂଆଦିଲ୍ଲୀ: ଗୃହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସକୁ ଅଶୋଭନୀୟ ବ୍ୟବହାର ବୋଲି କହି ତାତିଛନ୍ତି ମହିଳା ସାଂସଦ । ଏ ନେଇ ସେମାନେ ଲୋକ ସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ନେଇ ଗତକାଲି ସଂସଦ ଭବନ ପଡୁଥିଲା ଉଠୁଥିଲା । ସୋସିଆଲ ମିଡିଆରେ ଏହାକୁ  ଚର୍ଚ୍ଚା ଜୋର ଧରିଥିଲା । କାଲିର ଏହି ପ୍ରସଙ୍ଗ ଉପରେ ଜଣେ ଲେଡି ଆଇଏଏସ ଅଫିସର ଜବାବ ରଖି ମହିଳା ସାଂସଦମାନଙ୍କୁ ପ୍ରଶ୍ନ କରିଛନ୍ତି । ଲେଡି ଆଇଏଏସ ଅଫିସର ଶୈଳବାଳା ମାର୍ଟିନ  କହିଛନ୍ତି, ମହିଳା ସାଂସଦମାନେ ଏକଥା ବି ଭାବନ୍ତୁ..ମଣିପୁର ମହିଳାଙ୍କୁ କେମିତି ଲାଗୁଥିବ  ।’

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଭିଡିଓକୁ ଲକ୍ଷ୍ୟ କରି ଏକଥା କହିଥିଲେ  । ସେ ଟୁଇଟ କରି କହିଛନ୍ତି, ‘ଥରେ ଭାବନ୍ତୁ, ମଣିପୁର ମହିଳାଙ୍କୁ କିପରି ଲାଗୁଥିବ ?’ ଏଥି ସହିତ ଶୈଳବାଳା ନିଜ ଟୁଇଟରେ ଲୋକସଭା ଅଧ୍ୟକ୍ଷଙ୍କୁ ମହିଳା ସାଂସଦ ଦେଇଥିବା ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ରକୁ ମଧ୍ୟ ସେୟାର କରିଛନ୍ତି ।

ସୂଚନାଥାଉ କି, ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ ଶୖଳବାଳା ଏବେ ଭୋପାଳରେ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ପଦରେ ଅଛନ୍ତି ।

ସୂଚନାଥାଉ କି, ଗତକାଲି ରାହୁଲ ଗାନ୍ଧୀ ସଦରେ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇଥିଲେ । ଏହି ସମୟରେ ସେ ମଣିପୁରରେ ଭାରତମାତାକୁ ହତ୍ୟା କରାଯାଉଛି ବୋଲି ଅଭିଯୋଗ ଆଣିଥିଲେ । ମଣିପୁର ହିଂସାକୁ ନେଇ ମୋଦି ସରକାର ଉପରେ ଜୋରଦାର ବର୍ଷିଥିଲେ । ଶେଷରେ କକ୍ଷରୁ ବାହାରିବା ସମୟରେ ସେ କୁଆଡେ ଫ୍ଲାଇଂ କିସ୍ କରିଥିବା  ଦେଖିବାକୁ ମିଳିଥିଲା । ଏହାକୁ ନେଇ ତାତି ଉଠିଥିଲେ ସ୍ମୃତି ଇରାନୀଙ୍କ ସହ ବିଜେପି ମହିଳା ସାଂସଦ ।

Leave A Reply

Your email address will not be published.